ମତେ ଲୋକେ ଭୂଲିଯିବେ କିନ୍ତୁ ମୋ ବାପାଙ୍କୁ ୧୦୦୦ ବର୍ଷ ମନେରଖିବେ :ବିଗ.ବି ଅମିତାଭ ବଚ୍ଚନ

0

ମୁମ୍ବଇ: ବଲିଉଡ ମହାନାୟକ ବିଗ.ବି ଅମିତାଭ ବଚ୍ଚନ ଚଳଚ୍ଚିତ୍ରରେ ନିଖୁଣ ଭାବେ ଅଭିନୟ କରିଥାଆନ୍ତି। ଏକ ଚରିତ୍ରରେ ଜୀବନ୍ତ ଅଭିନୟ କରିବାରେ ସେ ପ୍ରଥମ ସ୍ଥାନରେ ଅଧିକାର କରିବେି। ଅଭିନେତା ବଚ୍ଚନ୍‍ ପିତା ହରିବଂଶ ରାୟ ବଚ୍ଚନଙ୍କ କବିତାକୁ ନେଇ ଗର୍ବିତ , ନିଜ ପିତାଙ୍କର କବିତାକୁ ସେ ବିଭିନ୍ନ କାର୍ଯ୍ୟକ୍ରମରେ ପରିବେଷଣ କରିଥାଆନ୍ତି। ଏଥର କିନ୍ତୁ ଅଭିନେତା ଅମିତାଭ ବଚ୍ଚନ୍‍ ନିଜର ବ୍ଲଗରେ ଭାବପ୍ରବଣ ହୋଇ ପିତାଙ୍କ କବିତା ଏବଂ ଏକ ପୁତ୍ରର କର୍ତ୍ତବ୍ୟ ବିଷୟରେ ଲେଖିଛନ୍ତି। ସେ ଲେଖିଛନ୍ତି, କବିତା ଦ୍ୱାରା ଆମେ କବିଙ୍କ ମାନସିକତାକୁ ଜାଣିପାରୁ। କବିଙ୍କ କବିତାରେ କବିଙ୍କର ଚିନ୍ତାଧାରା, ଭାବପ୍ରବଣତା, କାର୍ଯ୍ୟଶୈଳୀ ଜଣାପଡିଥାଏ, ଯାହାକୁ ଜାଣିବା ଅତ୍ୟନ୍ତ କଷ୍ଟକର।
ଅମିତାଭ ଆହୁରି କହିଛନ୍ତି, “ପିତାଙ୍କ ଅନୁପସ୍ଥିତିରେ ତାଙ୍କର କବିତାକୁ ରକ୍ଷାକରିବା ଦାୟିତ୍ୱ ମୋର, ତେଣୁ ମୁଁ ଏକ ପୁତ୍ରର କର୍ତ୍ତବ୍ୟ କରୁଛି”। ଯଦି ମୁଁ ଏହା କରିବାରେ ବିଫଳ ହୁଏ ତେବେ ମୁଁ ବାପାଙ୍କ ନଜରରେ ନିଜକୁ ଛୋଟ ମନେ କରିବି। ମୁଁ ଏହା କରିବାରେ ସଫଳ ହୋଇ ନ ପାରେ କିନ୍ତୁ, କିଛିଟା ଲକ୍ଷ୍ୟ ପୂରଣକରିବାକୁ ଚେଷ୍ଟାକରିବି ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ। “ମତେ ଲୋକେ ୧୦୦ ବର୍ଷ ଭିତରେ ଭୁଲିଯିବେ, କିନ୍ତୁ ବାପାଙ୍କୁ ହଜାର ବର୍ଷ ପ୍ରର୍ଯ୍ୟନ୍ତ ମନେରଖିବେ” ବୋଲି ଅମିତାଭ ନିଜର ବ୍ଲଗରେ ଲେଖିଛନ୍ତି। ଏବେ ଅମିତାଭ ବଚ୍ଚନ କୋନ ବନେଗା କୋରପତିର ଦଶମ ସଂସ୍କରଣ ପାଇଁ କାମକରୁଛନ୍ତି।

Leave A Reply