ଅବସର ନେବେ ବିଗ ବି

ସମାଜ ଲାଇଭ ବ୍ୟୁରୋ(ରାଜେଶ୍ ଚନ୍ଦ୍ର ବେହେରା) : ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ନିକଟରେ ଅକ୍ଟୋବର ୨୨ତାରିଖ(ଶୁକ୍ରବାର) ୭୭ ବର୍ଷ ବୟସରେ ପାଦ ଦେଇଛନ୍ତି। ବଲିଉଡ଼ର ବାଦସାହା କୁହାଯାଉଥିବା ଅମିତାଭଙ୍କୁ ତାଙ୍କ ବୟସ ଆଉ ଚଳଚ୍ଚିତ୍ର କରିବାକୁ ସହଯୋଗ କରୁନାହିଁ। ତେଣୁ ସେ ବାରମ୍ବାର ଅସୁସ୍ଥ ହୋଇପଡୁଛନ୍ତି। ଯେଉଁଥିପାଇଁ ସେ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତରମାନେ ଏଣିକି ତାଙ୍କୁ ଅଧିକ କାମ କରିବାକୁ ବାରଣ କରୁଛନ୍ତି। ବର୍ତ୍ତମାନ ବୟସରେ ତାଙ୍କୁ ଅଧିକରୁ ଅଧିକ ବିଶ୍ରାମର ଆବଶ୍ୟକତା ରହିଥିବା ଡ଼ାକ୍ତରମାନେ ପରାମର୍ଶ ଦେଉଛନ୍ତି।

ତେବେ ବର୍ତ୍ତମାନ ସେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ପାଇଁ ମନାଲୀ ଯାଇଛନ୍ତି। ମନାଲୀରେ ଥାଇ ବିଗ୍ ବି ନିଜର ଅଫିସିଆଲ୍‌ ବ୍ଲଗ୍‌ରେ ଲେଖିଛନ୍ତି, “ମସ୍ତିଷ୍କ କିଛି କହୁଛି, ହେଲେ ଆଙ୍ଗୁଠି କିଛି ଅଲଗା କହୁଛି, ଏହା ଏକ ସୂଚନା, ମୋତେ ଅବସର ନେଇଯିବା ଉଚିତ।” ଯାହାକୁ ଦେଖିବାପରେ ବିଗ ବି ଖୁବଶୀଘ୍ର ତାଙ୍କର ଅଭିନୟ ଜୀବନରୁ ଅବସର ନେବାକୁ ଯାଉଥିବା ସ୍ବଷ୍ଟ ବାରି ହେଉଛି। ଯାହାକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି।

ଅମିତାଭ ୧୯୪୨ମସିହା ଅକ୍ଟୋବର ମାସ ୧୧ତାରିଖରେ ପ୍ରୟାଗରାଜରେ ଜନ୍ମ ଗ୍ରହଣ କରିଥିଲେ। ଦୁଇ ଦଶନ୍ଦି ଧରି ମନୋରଞ୍ଜନର ଖୋରାକ ଯୋଗାଇ ଆସୁଥିବା ବଲିଉଡର ଏହି ମହାନାୟକ ୧୯୬୯ରେ ‘ସାତ୍‍ ହିନ୍ଦୁସ୍ଥାନୀ’ ଚଳଚିତ୍ର ମାଧ୍ୟମରେ ନିଜର ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ।

pic courtesy-koimoi

ସେ ବଲିଉଡକୁ ଅନେକଗୁଡିଏ ବ୍ଲକବଷ୍ଟର ଚଳଚ୍ଚିତ୍ର ଉପହାର ଦେଇଛନ୍ତି। ତାଙ୍କ ଅଭିନିତ ବ୍ଲକବଷ୍ଟର ଚଳଚ୍ଚିତ୍ର ମଧ୍ୟରେ ରହିଛି- ଶୋଲେ, ଦିୱାର, ଅଗ୍ନିପଥ, ତ୍ରିଶୁଲ, ସରକାର ରାଜ, ଜଞ୍ଜିର, ଡ଼ନ୍, ମୁକଦର କା ସିକନ୍ଦର, ଅମର ଆକବର ଆନ୍ଥୋନି, ବାଗବାନ୍, ଲାବରିସ୍, କୁଲି ଭଳି ଅନେକ ଚଳଚ୍ଚିତ୍ର।

pic courtesy-youngistan.com

ବିଗ୍ ବି ଅମିତାଭ ତାଙ୍କର ବଲିଉଡ କ୍ୟାରିୟରରେ ଏପର୍ୟ୍ୟନ୍ତ ଅନେକ ସସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି।

pic courtesy-inuth.com

ସେ … ବେଷ୍ଟ ଅଭିନେତା ପାଇଁ ତିନି ଥର ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନିତ ହୋଇଛନ୍ତି। ସେ ୧୯୯୨ମସିହାରେ ହମ୍ ଚଳଚ୍ଚିତ୍ର, ୨୦୦୬ମସିହାରେ ବ୍ଲାକ ଓ ୨୦୧୦ରେ ପା ଚଳଚ୍ଚିତ୍ର ପାଇଁ ବେଷ୍ଟ ଅଭିନେତା ଭାବେ ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନିତ ହୋଇଥିଲେ। ସେହିଭଳି ଅମିତାଭ ୧୯୮୪ମସିହାରେ ପଦ୍ମଶ୍ରୀ, ୨୦୦୧ରେ ପଦ୍ମ ଭୂଷଣ, ୨୦୧୫ରେ ପଦ୍ମ ବିଭୂଷଣ, ୧୯୯୧ରେ ଫିଲ୍ମ ଫେୟାର ଲାଇଫଟାଇମ୍ ଆଚିଭମେଣ୍ଟ ସମ୍ମାନରେ ସମ୍ମାନିତ ହୋଇଥିଲେ।

pic courtesy-the financial express

ଅମିତାଭ ତିନି ଥର ନ୍ୟାସନାଲ ଚଳଚ୍ଚିତ୍ର ପୁରସ୍କାର ଫର ବେଷ୍ଟ ଆକ୍ଟର ପାଇଁ ସମ୍ମାନିତ ହୋଇସାରିଛନ୍ତି। ସେ ୨୦୧୦ରେ ପା, ୨୦୧୬ରେ ପିକୁ, ୨୦୦୭ରେ ବ୍ଲାକ ଚଳଚ୍ଚିତ୍ର ପାଇଁ ନ୍ୟାସନାଲ ଚଳଚ୍ଚିତ୍ର ପୁରସ୍କାର ଫର ବେଷ୍ଟ ଆକ୍ଟରରେ ସମ୍ମାନୀତ ହୋଇଥିଲେ।

pic courtesy-mycitylinks

ନିକଟରେ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ସମ୍ମାନରେ ମଧ୍ୟ ଅମିତାଭଙ୍କୁ ସମ୍ମାନିତ କରାଯିବ।

Comments are closed.