ଇଡେନ୍‌ ଗାର୍ଡେନସର ଐତିହାସିକ ଦିବାରାତ୍ର ଟେଷ୍ଟ ଦେଖିବେ ଶାହା

କଲକାତା : କଲକାତାର ଇଡେନ୍‌ ଗାର୍ଡେନସରେ ଘରୋଇ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ୨ୟ ଦିବାରାତ୍ର ଟେଷ୍ଟମ୍ୟାଚ୍‌ ନଭେମ୍ବର ୨୨ରୁ ୨୬ ପର୍ୟ୍ୟନ୍ତ ଖେଳାଯିବ। ଫ୍ଲଡ୍‌ଲାଇଟ୍‌ ଓ ଗୋଲାପୀ ବଲ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଦର୍ଶକ ଯେପରି ଭରପୂର ଉପସ୍ଥିତ ରହନ୍ତି ତା’ର ପ୍ରସ୍ତୁତି ଆୟୋଜକ କ୍ରିକେଟ ଆସୋସିଏସନ୍ ଅଫ୍ ବେଙ୍ଗଲ୍‌ (ସିଏବି) ଆରମ୍ଭ କରିଦେଇଛି। ଏହି ଐତିହାସିକ ମ୍ୟାଚ୍ ଦେଖିବାକୁ ଭାରତର ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସିବେ ବୋଲି ଜଣାପଡିଛି। ଶାହାଙ୍କ ବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ଏହି ମ୍ୟାଚରେ ଉପସ୍ଥିତ ରହିବେ। ମ୍ୟାଚ ଆରମ୍ଭ ହେବା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମିଳିତ ଭାବେ ପଡ଼ିଆରେ ଲାଗିଥିବା ଘଣ୍ଟି ବଜାଇବେ। ଏହାପରେ ମ୍ୟାଚ୍‌ ଆରମ୍ଭ ହେବ। ଭାରତ ମାଟିରେ ଏବଂ ଭାରତୀୟ ଦଳ ପାଇଁ ଏହା ପ୍ରଥମ ଦିବାରାତ୍ର ଟେଷ୍ଟମ୍ୟାଚ୍ ହେବ।

Comments are closed.