ମୋବାଇଲ ଆପରେ ହେବ ଦେଶର ଷୋଡ଼ଶ ଜନଗଣନା, ଖର୍ଚ୍ଚ ହେବ ୧୨୦୦ କୋଟି

ନୂଆଦିଲ୍ଲୀ : ୨୦୨୧ରେ ହେବାକୁ ଥିବା ଦେଶର ୧୬ତମ ଜନଗଣନା ମୋବାଇଲ ଆପ ଯୋଗେ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୋମବାର ଘୋଷଣା କରିଛନ୍ତି। ଏହାସହ ପ୍ରତ୍ୟେକ ନାଗରିକଙ୍କ ପାଇଁ ପାସପୋର୍ଟ, ଆଧାର, ଭୋଟର କାର୍ଡ ସମେତ ଅନ୍ୟ ବରିଚୟପତ୍ରକୁ ମିଶାଇ ଗୋଟିଏ ପରିଚୟପତ୍ର (ଏକକ ପରିଚୟପତ୍ର) ପ୍ରସ୍ତୁତ କରାଯିବ ବୋଲି ଶାହା ସୂଚନା ଦେଇଛନ୍ତି।

ସୋମବାର ଅମିତ ଶାହା ଦିଲ୍ଲୀର ଜନଗଣନା ଭବନ ପାଇଁ ଭିତ୍ତିଭୂମି ସ୍ଥାପନ କରିଥିଲେ। ଏହି ଅବସରରେ ଅମିତ ଶାହା କହିଥିଲେ ଯେ ଜନଗଣନାର ପୂରା କୋଠା ସବୁଜ ରଂଗର ହେବ। ଜନଗଣନା ଦେଶର ଭବିଷ୍ୟତ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବାର ଆଧାର ହୋଇଥାଏ। ଏଥିପାଇଁ ଜନ ଭାଗିଦାରୀ ଆବଶ୍ୟକ। ୧୮୬୫ରେ ପ୍ରଥମ ଜନଗଣନା ହୋଇଥିଲା ଓ ଏବେ ଦେଶର ୧୬ତମ ଜନଗଣନା ହେବାକୁ ଯାଉଛି। କେତେକ ପରିବର୍ତ୍ତନ ଏବଂ ନୂଆ ପଦ୍ଧତି ଅନୁସାରେ ଚଳିତ ଥର ଜନଗଣନା ଡିଜିଟାଲ ହେବ। ୨୦୨୧ର ୧୬ତମ ଜନଗଣନା ମୋବାଇଲ ଆପ ମାଧ୍ୟମରେ କରାଯିବ। ଏଥିପାଇଁ ପାଖାପାଖି ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହାସହ ଜନଗଣନାର ଡିଜିଟାଲ ତଥ୍ୟ ୱେବସାଇଟରେ ଉପଲବ୍ଧ ରହିବ। ଲୋକେ ବିଶ୍ଲେଷଣ ପାଇଁ ଏହାର ବ୍ୟବହାର କରିପାରିବେ ବୋଲି ଅମିତ ଶାହା କହିଛନ୍ତି।

Comments are closed.