ଫେବ୍ରୁଆରୀ ୩ରେ ପୁରୀ ଆସିବେ ଅମିତ ଶାହା

0

ଭୁବନେଶ୍ୱର : ଆସନ୍ତା ଫେବ୍ରୁଆରୀ ୩ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ପୁରୀ ଗସ୍ତରେ ଆସିବେ । ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଧିବେଶନର ଅନ୍ତିମ ଦିନରେ ଅମିତ ଶାହା ଯୋଗ ଦେବେ । ଏନେଇ ସୋମବାର ପୁରୀରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ପ୍ରକାଶ କରିଛନ୍ତି । ସେହିପରି ଆସନ୍ତାକାଲି ଅମିତ ଶାହା ଏକ ଦିନିଆ ଓଡିଶାଗସ୍ତରେ ଆସି କଟକ ସାଲେପୁରରେ ଏକ ଦଳୀୟ ଜନସଭାକୁ ସମ୍ବୋଧିତ କରିବେ ।
ସୂଚନାଯୋଗ୍ୟ, ଫେବ୍ରୁଆରୀ ୨ ଓ ୩ ତାରିଖରେ ପୁରୀରେ ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଧିବେଶନର ଅନୁଷ୍ଠିତ ହେବ । ପ୍ରଥମ ଦିନ ଅଧିବେଶନରେ ୫ ହଜାର ଜନଜାତି ପ୍ରତିନିଧି ଯୋଗ ଦେବାର କାର୍ୟ୍ୟକ୍ରମ ରହିଥିବା ବେଳେ ଦ୍ବିତୀୟ ଦିନ ଅମିତ ଶାହାଙ୍କ ସମାବେଶରେ ୧ ଲକ୍ଷ ଆଦିବାସୀ ଯୋଗ ଦେବେ । ଦ୍ବିତୀୟ ଦିନରେ ଅମିତ ଶାହା ମହାଧିବେଶନରେ ଯୋଗ ଦେଇ ଆଦିବାସୀଙ୍କୁ ସମ୍ବୋଧିତ କରିବେ ବୋଲି ସମ୍ବାଦିକ ସମ୍ମିଳନୀରେ ସୂଚନା ମିଳିଛି ।

Leave A Reply