ଦିଲ୍ଲୀ ଏମସରୁ ଡିସଚାର୍ଜ ହେଲେ ଅମିତ ଶାହା

0

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରବିବାର ଦିଲ୍ଲୀ ଏମସରୁ ଡିସଚାର୍ଜ ହୋଇଛନ୍ତି । ତାଙ୍କୁ ୧୫ ଦିନ ଯାଏଁ ଆଇସୋଲେସନରେ ରଖିବା ପାଇଁ ଏମସର ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଡିସଚାର୍ଜ ପରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ବେଡରେଷ୍ଟ ନେବାକୁ ତାଙ୍କୁ କୁହାଯାଇଛି ।

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଅମିତ ଶାହଙ୍କ ଅସୁସ୍ଥ ହୋଇପଡିଥଲେ । ଡାକ୍ତରୀ ପରୀକ୍ଷାରୁ ସେ ଏଚ୧ଏନ୧ରେ ପୀଡିତ ଥିବା ଜଣାପଡିଥିଲା । ଏମସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ତତ୍ବାବଧାନରେ ତାଙ୍କର ଚିକତ୍ସା ଚାଲିଥିଲା । ଅମିତ ଶାହଙ୍କ ଅସୁସ୍ଥତା କାରଣରୁ ଗତ ବୁଧବାର ଦିନ ହେବାକୁ ଥିବା ବିଜେପି ବୈଠକକୁ ସ୍ଥଗିତ ରଖା ଯାଇଥିଲା ।

Leave A Reply