ପୁରୀରେ ପହଞ୍ଚିଲେ ଅମିତ୍ ଶାହା

0

ଭୁବନେଶ୍ବର: ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ପାଇଁ ପୁରୀରେ ପହଞ୍ଚିଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ସେମାବାର ସକାଳେ ଭୁବନେଶ୍ବର ସ୍ଥିତ ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ବିଜେପିର ବରିଷ୍ଠ ନେତାମାନେ ତାଙ୍କ ସ୍ୱାଗତ ଭବ୍ୟସ୍ବାଗତ କରିଥିଲେ । ପରେ ସେଠାରେ ଉପସ୍ଥିତ ଥିବା ଆଶା କର୍ମୀଙ୍କୁ ଅମିତ୍ ଶାହା ଭେଟିଥିଲେ । ଏହା ପରେ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ପାଇଁ ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ରାସ୍ତାରେ ପିପିଲି ସ୍ଥିତ ମଙ୍ଗଳପୁର ଏବଂ ଉତ୍ତରାଛକ ଅଠରନଳା ନିକଟରେ  ଆଶା କର୍ମୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା ।

Leave A Reply