ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ୍

0

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଶୁକ୍ରବାର ହେବାକୁ ଥିବା ଓଡ଼ିଶା ଗସ୍ତ ବାତିଲ୍ ହୋଇଛି। ଏଥିସହିତ ତାଙ୍କର ଆଜିର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ବାତିଲ୍ କରାଯାଇଛି। ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ଜଣାପଡ଼ିଛି।

ଆଜି ସମ୍ୱଲପୁର କାର୍ଯ୍ୟକ୍ରମରେ ଶାହା ଯୋଗ ଦେଇଥା’ନ୍ତେ। ସମ୍ବଲପୁରରେ ହେବାକୁ ଥିବା କର୍ମୀ ସମ୍ମିଳନୀରେ ୪ଟି ଲୋକସଭା କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ ଢେଙ୍କାନାଳର ବୁଥସ୍ତରୀୟ କର୍ମୀଙ୍କ ସହ ଶାହା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା।

Leave A Reply