ଦେଶକୁ ଦୁର୍ନୀତିମୁକ୍ତ ସରକାର ଓ ପରିଶ୍ରମୀ ପ୍ରଧାନମନ୍ତ୍ରୀ ଦେଇଛୁ : ଅମିତ ଶାହ

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରର ଚାରିବର୍ଷ ପୁର୍ତ୍ତି ଅବସରରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଏକ ସାମ୍ବାଦିକ ସମ୍ମିଳନୀ କରି ମୋଦି ସରକାରଙ୍କୁ ଖୁବ ପ୍ରଶଂସା କରିଛନ୍ତି। ସେ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ଦେଶକୁ ଏକ ପରିଶ୍ରମୀ ଓ ଦିନକୁ ୧୫ଘଣ୍ଟା କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ଦେଇଛୁ। ମୋଦି ସରକାରଙ୍କ ଯୋଜନାର ପ୍ରଶଂସା କରି ଅମିତ ଶାହ କହିଥିଲେ, ଦୀର୍ଘ ୩୦ ବର୍ଷପରେ ପୁର୍ଣ୍ଣ ବହୁମତରେ ସରକାର ଗଠନ କରିବାକୁ ଦେଶବାସୀ ଆମ ଉପରେ ବିଶ୍ୱାଶ କରିଥିଲେ ଏବଂ ଆମେ ଲୋକଙ୍କ ବିଶ୍ୱାସ ଉପରେ କାର୍ଯ୍ୟକରିଛୁ। ଶାହ ଆହୁରି କହିଛନ୍ତି, ଆମେ ଭ୍ରଷ୍ଟାଚାର ବିହୀନ ସରକାର ଦେଇଛୁ। ଆମ ସରକାର କରିଥିବା ଯୋଜନା ଅନୁସାରେ ଉଭୟ ଗ୍ରାମ ଓ ସହର କୁ ନଜର ରଖି ବିଭିନ୍ନ ଯୋଜନା ପ୍ରଣୟନ କରିଛି। ଦେଶର କୃଷକ ଓ ଉଦ୍ୟଗପତି ଉଭୟଙ୍କୁ ନଜର ରଖି ମୋଦି ସରକାର ଯୋଜନା କରୁଛନ୍ତି ବୋଲି ସେ କହିଥିଲେ। ପୁର୍ବରୁ ଖବରକାଗଜରେ ୧୨ଲକ୍ଷର ଦୁର୍ନୀତିର ଖବର ଆସୁଥିଲା କିନ୍ତୁ ମୋଦି ସରକାର ସମୟରେ ଉନ୍ନତିର ଖବର ଆସୁଛି କହି କଂଗ୍ରେସକୁ ସମାଲୋଚନା କରିଛନ୍ତ। ମୋଦି ସରକାରର ଏହି ବିକାଶ ଧାରାରେ ଦେଶର ୧୨ ଟି ରାଜ୍ୟ ଯୋଡି ହେଇଛନ୍ତି। ଦେଶର ୭୦% ଭାଗରେ ବିଜେପି ଶାସନ କରୁଛି, ତେଣୁ ଏହାହିଁ ବିକାଶର ଅସଲ ପରିଚୟ ବୋଲି ଶାହ କହିଛନ୍ତି। ଉଜ୍ୱଳା ଯୋଜନାରେ ମହିଳା ମାନଙ୍କୁ ଯୋଡି ମୋଦି ସରକାର ଭାରତୀୟ ମହିଳା ମାନଙ୍କପ୍ରତି ସମ୍ମାନ ଜଣାଇଛନ୍ତି। ବର୍ତ୍ତମାନ ଭାରତର ସମ୍ପର୍କ ସମସ୍ତ ଦେଶ ସହ ବେଶ ଦୃଢ ରହିଛି, ଯାହା କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ସମ୍ଭବ ହୋଇପାରିଛି।

Leave A Reply