ରାହୁଲ କହିବେ କି? ଆଳୁ ମାଟି ତଳୁ ବାହାରେ ନା କାରଖାନାରୁ : ଅମିତ ଶାହ

0

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅନ୍ତିମ ପ୍ରର୍ଯ୍ୟାୟରେ ପହଞ୍ଚିଛି। ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିପକ୍ଷ ଦଳକୁ ଜୋରଦାର ଆକମ୍ରଣ କରୁଥିବା ଦେଖିବାକୁ ମିଳିଛି। ଶନିବାର ବିଜେପି ଅଧ୍ୟକ୍ଷ ଅମିତ ଶାହ ବିଧାନସଭା ପ୍ରଚାର ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସିଧାସଳଖ ଆକ୍ରମଣ କରିଛନ୍ତି। ‘ଆଳୁ ମାଟି ତଳେ ଫଳେ ନା କାରଖାନାରେ ହୁଏ’ ଏଭଳି କହି ରାହୁଲଙ୍କୁ କଟାକ୍ଷ କରିଛନ୍ତି ଅମିତ ଶାହ।
ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ଶିବପୁରୀ ଜିଲା ଅନ୍ତର୍ଗତ ନରବାର ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଅମିତ ରଣହୁଙ୍କାର ଦେଇ କହିଛନ୍ତି ଏଥର କେବଳ ସରକାର କରିବା ଲକ୍ଷ୍ୟ ନୁହେଁ, ବିପୁଳ ଜନମତ ସହ ଏକ ସୁଦୃଢ ସରକାର ଗଠନ କରିବା ଦରକାର। ଏହାସହ ସେ ଆହୁରି କହିଥିଲେ ଆମେ ଶିବରାଜ ସିଂହ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀ ପାର୍ଥୀ ହିସାବରେ ନେଇ ନିର୍ବାଚନ ଲଢିବାକୁ ଯାଉଛୁ। କିନ୍ତୁ କଂଗ୍ରେସର ସେନାପତି ବା ମୁଖ୍ୟମନ୍ତ୍ରୀ ପାର୍ଥୀ କିଏ ବୋଲି ଅମିତ ଶାହ ରାହୁଲଙ୍କୁ ପ୍ରଶ୍ନ କରିଥିଲେ। ଯିଏ ଆଳୁ ମାଟି ତଳେ ହୁଏ ନା କାରଖାନାରେ ହୁଏ ଜାଣିନାହାନ୍ତି ସେ କୃଷକ ମାନଙ୍କ ପାଇଁ କ’ଣ କାମ କରିବେ ବୋଲି ଅମିତ ରାହୁଲଙ୍କୁ ସମାଲୋଚନା କରି କହିଥିଲେ। କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ବହୁ ଜନକଲ୍ୟାଣ ଯୋଜନା କରିଥିବା ଶ୍ରୀ ଶାହ କହିଥିଲେ। ବିଗତ ୪ବର୍ଷ ମଧ୍ୟରେ ବିଜେପି ୧୨୯ ଯୋଜନା କରିଥିବା ସେ କହିଥିଲେ।

Leave A Reply