‘ଲାଲ ସିଂ ଚଢ଼ା’ ପାଇଁ ଅମିରଙ୍କ ପ୍ରସ୍ତୁତି

ମୁମ୍ବଇ: ଆଗାମୀ ଚଳଚ୍ଚିତ୍ର ‘ଲାଲ୍ ସିଂ ଚଢ଼ା’ ପାଇଁ ଅମୀର ଖାନ୍ ଖୁବ୍ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ବଲିଉଡର ଶ୍ରୀମାନ୍ ପରଫେକ୍ସନିଷ୍ଟ ଭାବେ ଜଣାଯାଉଥିବା ଏହି ଅଭିନେତା ଏବେ ଭାରତର ବିଭିନ୍ନ ପ୍ରାନ୍ତ ଭ୍ରମଣ କରୁଛନ୍ତି। କାରଣ ଚଳଚ୍ଚିତ୍ରର କାହାଣୀର ଆବଶ୍ୟକତା ଅନୁସାରେ ଏହା ଦେଶର ୧୦୦ଟି ସ୍ଥାନରେ ସୁଟିଂ କରାଯିବ। ତନ୍ମଧ୍ୟରୁ ପ୍ରଥମ ସ୍ଥାନରେ ପଞ୍ଜାବ ଅଛି। ପଞ୍ଜାବରେ ସୁଟିଂ କରିବାକୁ ନେଇ ଅମୀର ଖୁବ୍ ଉତ୍ସାହିତ। ଏହା ପଛର କାରଣ ହେଲା ପଞ୍ଜାବରେ ତାଙ୍କ ଅଭିନୀତ ‘ଦଙ୍ଗଲ’ ଓ ‘ରଙ୍ଗ ଦେ ବସନ୍ତୀ’ ସୁଟିଂ ହୋଇଥିଲା। ଦୁଇଟିଯାକ ଚଳଚ୍ଚିତ୍ର ସୁପରହିଟ୍ ହୋଇଥିଲା। ‘ଲାଲ ସିଂ ଚଢ଼ା’ରେ ତାଙ୍କ ସହ ପଟୌଦି ବେଗ୍ କରୀନା କପୁର ଖାନ୍ କାମ କରିବେ। ଏହା ପୂର୍ବରୁ ଦୁହେଁ ଏକତ୍ର ‘ଥ୍ରୀ ଇଡିଅଟସ୍’ ଓ ‘ତଲାସ୍’ ରେ କାମ କରିଥିଲେ ଓ ଦର୍ଶକ ଏଇ ଯୋଡ଼ିକୁ ପସନ୍ଦ ମଧ୍ୟ କରିଥିଲେ।

Comments are closed.