ଭାରତ-ପାକ୍‍ ଫ୍ଲାଗ୍‍ ବୈଠକ

0

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନର ବ୍ରିକେଡ କମାଣ୍ଡରସ୍ତରୀୟ ସେନାଧିକାରୀଙ୍କ ମଧ୍ୟରେ ଶୁକ୍ରବାର ଏଲ୍‍ଓସିର ପୁଞ୍ଚ-ରାୱଲକୋଟଠାରେ ଫ୍ଲାଗ୍‍ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ସମ୍ପର୍କରେ ଆଲୋଚନା ହୋଇଥିବା ଜଣାଯାଇଛି। ମାସକ ମଧ୍ୟରେ ସୀମାନ୍ତରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଘଟଣାରେ ୫ ଭାରତୀୟ ସୁରକ୍ଷାକର୍ମୀଙ୍କ ପ୍ରାଣହାନି ଘଟିବା ସହ ୭ ଆହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଫ୍ଲାଗ୍‍ ବୈଠକ ଅନୁଷ୍ଠିତ ହୋଇଛି। ଭାରତ ପକ୍ଷରୁ ବ୍ରିଗେଡିୟର ଭି.ଏସ୍‍ ଶେଖୋଁ ଓ ବ୍ରିଗେଡିୟର କ୍ୱାସିର ଆଲେଶଚନାର ନେତୃତ୍ୱ ନେଇଥିଲେ। ପାକ୍‍ଅଧିକୃତ କାଶ୍ମୀର ଦେଇ ଅନୁପ୍ରବେଶ ବନ୍ଦ କରିବାକୁ ଭାରତୀୟ ପ୍ରତିନିଧି ପାକ୍‍ ପ୍ରତିପକ୍ଷଙ୍କୁ କହିଥିବା ସେନା ମୁଖପାତ୍ର ଆନନ୍ଦ କୁମାର ସୂଚନା ଦେଇଛନ୍ତି।

Leave A Reply