ଆମେଥିରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ହତ୍ୟା ଅଭିଯୋଗ

ଆମେଥି .- ଉତ୍ତରପ୍ରଦେଶର ଆମେଥିରେ ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅମନ୍ନୁଲାହ୍‌ ନାମକ ଏହି ବ୍ୟକ୍ତି ଓ ତାଙ୍କର ପତ୍ନୀ ଘରେ ଥିବ ବେଳେ କିଛି ଲୋକ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ଠେଙ୍ଗାରେ ପିଟିବା ବେଳେ ତାଙ୍କ ମୁଣ୍ଡରେ ଏକ ଠେଙ୍ଗା ପାହାର ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅମନ୍ନୁଲାହ ସେନାରୁ କ୍ୟାପଟେନ୍‌ ରାଙ୍କରୁ ଅବସର ନେଇଥିଲେ । ଶନିବାର ରାତିରେ ଏହି ଘଟଣା ଘଟିଛି । ଅମେଥିରେ ଗୋଡିଆଁର ପୂର୍ବା ଗାଁ ରେ ଏହି ଘଟଣା ଘଟିଛି । ପୁଲିସ ଏବେ ହତ୍ୟା ମାମଲା ରୁଜୁ କରିବା ସହ ହତ୍ୟାକାରୀଙ୍କ ଖୋଜିବାରେ ଲାଗିଛି। ଏହି ସନୟରେ ଘରେ କେହି ଉପସ୍ଥିତ ନଥିବା ଅମନ୍ନୁଲାହଙ୍କ ପୁଅ ପୁଲିସକୁ ସୂଚନା ଦେଇଛନ୍ତି । ହତ୍ୟାକାରୀଙ୍କୁ ସେ ଚିହ୍ନି ନଥିବା କଥା କହିଛନ୍ତି ।

Comments are closed.