ଇରାନ ଉପରେ କଠୋର କଟକଣା ଲାଗୁ କଲେ ଟ୍ରମ୍ପ

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ କଠୋର କଟକଣା ଲାଗୁ କରିଛନ୍ତି। କଟକଣା ଅନୁଯାୟୀ ଇରାନର ସର୍ବୋଚ୍ଚ ନେତା ଆୟାତୋଲା ଅଲି ଖାମନେଇ ଓ ତାଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ କୌଣସି ଆମେରିକୀୟ ପ୍ରତିଷ୍ଠାନଠାରୁ ପ୍ରକାର ଆର୍ଥିକ ସହାୟତା ନେଇପାରିବେ ନାହିଁ। ଆମେରିକାର ଡ୍ରୋନକୁ ଇରାନ ଏହାର ସୀମା ମଧ୍ୟରେ ଖସାଇ ଦେବାର କିଛି ଦିନ ପରେ ଟ୍ରମ୍ପ ଏହି କଟକଣା ଲାଗୁ କରିଛନ୍ତି। ଡ୍ରୋନକୁ ଖସାଇବା ପ୍ରତିବାଦରେ ଇରାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଆମେରିକା ଯୋଜନା କରିଥିଲା। ମାତ୍ର ଏହା ଯଥାର୍ଥ ନୁହେଁ ବୋଲି ଦର୍ଶାଇ ଓହରିଯାଇଛି। ଟ୍ରମ୍ପ କହିଛନ୍ତି ଯେ ଆମେ ଇରାନ କିମ୍ବା ଅନ୍ୟ କୌଣସି ଦେଶ ସହିତ ବିବାଦ ସୃଷ୍ଟି କରିବାକୁ ଚାହଁୁ ନାହଁୁ। ତେବେ ଇରାନକୁ ଆଣବିକ ଶକ୍ତି ସମ୍ପନ୍ନ ହେବାକୁ ଦେବୁ ନାହିଁ।

Comments are closed.