ଆମେରିକାର ସାଟିଲାଇଟରେ ଧରାପଡ଼ିଲା ଉତ୍ତର କୋରିଆର କ୍ଷେପଣାସ୍ତ୍ର ସଂରକ୍ଷଣ କେନ୍ଦ୍ର

0

ନୂଆଦିଲ୍ଲୀ: ଗୋଟିଏ ପଟେ ଆମେରିକାର ରାଷ୍ଟ୍ରପତି ଓ ଉତ୍ତର କୋରିଆ କିମ ଜଙ୍ଗ ପରସ୍ପର ଘନିଷ୍ଠତାକୁ ବୃଦ୍ଧି କରିବା ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟରେ ବୈଠକ କରିବାକୁ ମନ ବଳାଇଥିବାବେଳେ ଆମେରିକାର ସାଟିଲାଇଟରୁ ମିଳିଥିବା ଏକ ଦୃଶ୍ୟ ପୁଣି ଥରେ ଉଭୟ ଦେଶର ଦୂରତାକୁ ବଢାଇ ଦେବାର ସମ୍ଭାବନା ଦେଖା ଦେଇଛି। ଆମେରିକା ସେଟିଲାଇଟ ଏଭଳି କିଛି ଚିତ୍ର ଉଠାଇଛି ଯାହା ଉତ୍ତରକୋରିଆର କ୍ଷେପଣାସ୍ତ୍ର ଉତକ୍ଷେପଣ କେନ୍ଦ୍ର ଓ ସଂରକ୍ଷଣ କେନ୍ଦ୍ରକୁ ସ୍ପଷ୍ଟ ଭାବେ ଦର୍ଶାଉଛି। ଉତ୍ତରକୋରିଆର ଏକ ଅଗମ୍ୟ ଅଞ୍ଚଳରେ ପାହାଡ଼ ମଧ୍ୟରେ ଉକ୍ତ କେନ୍ଦ୍ରର ନିର୍ମାଣ କରିଛି ଉତ୍ତରକୋରିଆ। ଉଭୟ ରାଷ୍ଟ୍ର ନାୟକଙ୍କ ମଧ୍ୟରେ ସିଙ୍ଗାପୁରରେ ଯେଉଁ ଦ୍ୱିପାକ୍ଷୀକ ଆଲୋଚନା ହୋଇଥିଲା ଏହି ଚିତ୍ର ତାହାର ବୀପରିତ ତଥ୍ୟ ଉପସ୍ଥାପନ କରିଛି। ଏହି ଆଲୋଚନାରେ ଉତ୍ତରକୋରିଆରେ ଥିବା ସମସ୍ତ ପରମାଣୁ କ୍ଷେପଣାସ୍ତ୍ର ଯୁଦ୍ଧାସ୍ତ୍ର ନଷ୍ଟ କରିବାର ପ୍ରତିଶ୍ରୁତି ଦେଇଥିଲା। ଏପରିକି ଆମେରିକା ଯଦି ଉତ୍ତରକୋରିଆ ଉପରୁ ପ୍ରତିବନ୍ଧକ ନଉଠାଇବ ତେବେ ପୁଣି ଥରେ ଉତ୍ତରକୋରିଆ ପରମାଣୁ ଯୁଦ୍ଧସ୍ତ୍ର ନିର୍ମାଣ ଆରମ୍ଭ କରିବ ବୋଲି ଚେତାବନୀ ଦେଇଥିଲା।

Leave A Reply