ପୁଣି ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ

0

ବଡ଼ସାହି : ପୁଣି ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଚଳିତ ମାସରେ ଉଦଳା-ବାରିପଦା ରାସ୍ତାରେ ଏହାକୁ ମିଶାଇ ୩ଥର ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଶୁକ୍ରବାର ଭୋର ୪ଟା ସମୟରେ ଏକ ଆମ୍ବୁଲାନ୍ସ ବଡ଼ସାହିରୁ ରୋଗୀ ନେଇ ବାରିପଦା ଡାକ୍ତରଖାନାରେ ଛାଡି ଫେରୁଥିଲା। ସେହି ସମୟରେ ଆମ୍ବୁଲାନ୍ସଟି ଘନକୁହୁଡ଼ି ଯୋଗୁ କରଞ୍ଜିଆ ନିକଟରେ ଓଲଟି ପଡିଥିଲା। ଆମ୍ବୁଲାନ୍ସଟି ରାସ୍ତା ତଳକୁ ଅଧା ଓଲଟି ପଡିଥିଲା। ଏଥିରେ କେହି ଆହତ ହୋଇ ନଥିବା ଜଣାପଡିଛି।

Leave A Reply