ଅଧାରାସ୍ତାରେ ଖରାପ ହେଲା ଆମ୍ୱୁଲାନ୍ସ, ରୋଗୀ ହନ୍ତସନ୍ତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡ ଜମକେଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଧା ରାସ୍ତାରେ ଆମ୍ୱୁଲାନ୍ସସଟି ଖରାପ ହୋଇଯିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟକୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡିଛି ।

ସୂଚନ ଅନୁଯାୟୀ, ଜମକେଇ ଗ୍ରାମର ଚନ୍ଦ୍ରବତୀ ରଣାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ୧୦୮ ଆମ୍ୱୁଲାନ୍ସ ଯୋଗେ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଉଥିଲା । ରାସ୍ତାରେ ଯିବା ସମୟରେ ବଣାଇ ଗୁରୁଣ୍ଡିଆ ରାସ୍ତାର ତୁରାମୁରା ଗ୍ରାମ ନିକଟରେ ହଠାତ୍ ଆମ୍ୱୁଲାନ୍ସଟି ଅଚଳ ହୋଇଯାଇଥିଲା । ଏଭଳି ପରିସ୍ଥିତିର ରେଗୀଙ୍କ ସମ୍ପର୍କୀୟ ତାଙ୍କୁ ଏକ ଘରୋଇ ଗାଡ଼ି କରି ରାଉରକେଲା ମେଡିକାଲକୁ ନେଇଥିଲେ । ତେବେ ଏହାକୁ ନେଇ ରୋଗୀଙ୍କ ପରିବାର ଲୋକଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି । ଆମ୍ୱୁଲାନ୍ସ ସେବା ଯୋଗାଇ ଦେଉଥିବା ଗାଡ଼ି ଗୁଡ଼ିକ ପୁରୁଣା ହୋଇ ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ରୋଗୀଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି ।

Comments are closed.