ପରଦାକୁ ଆସିଲା ‘ଅମାବାସ୍‍’

0
717

ମୁମ୍ବଇ : ନରଗିସ୍‍ ଫାଖ୍ରୀ ଓ ସଚିନ ଜୋଶୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅମାବାସ୍‍’ ଶୁକ୍ରବାର(୮ ଫେବୃଆରୀ) ମୁକ୍ତିଲାଭ କରିଛି। ଏହା ଏକ ହରର୍‍ ଚଳଚ୍ଚିତ୍ର। ଚଳଚ୍ଚିତ୍ରକୁ ନେଇ ଏତେଟା ଚର୍ଚ୍ଚା ହୋଇନଥିଲେ ମଧ୍ୟ ଏହାକୁ ଟକ୍କର ଦେବାକୁ ସାଥିରେ କୌଣସି ବଡ଼ ଚଳଚ୍ଚିତ୍ର ମୁକ୍ତିଲାଭ କରି ନଥିବାରୁ ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରେ ବୋଲି ଆଶା ରହିଛି।

ସୂଚନା ଅନୁସାରେ, ‘ଅମାବାସ୍‍’ ପ୍ରଥମ ଦିନରେ ୭୫ ଲକ୍ଷରୁ ୧କୋଟି ଟଙ୍କା ଆୟ କରିପାରେ ବୋଲି ଅନୁମାନ କରାଯାଉଛି। ଭୂଷଣ ପଟେଲ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ଚଳଚ୍ଚିତ୍ରର କାହାଣୀ ଅପେକ୍ଷା ମୁଖ୍ୟ କଳାକାରଙ୍କ ଠାରୁ ଅଧିକ ଆଶା ରହିଛି ବୋଲି ନିଜେ ନିର୍ଦ୍ଦେଶକ ଭୂଷଣ କହିଛନ୍ତି।

Facebook Comments

READ  ଟାଇମ୍ସ ନାଓ-ସିଏନଏକ୍ସ ଜନମତ ସର୍ଭେ: ରାଜସ୍ଥାନରେ କ୍ଷମତାକୁ ଫେରିବ କଂଗ୍ରେସ