ସାମୟିକ ଭାବେ ଅମରନାଥ ଯାତ୍ରା ବନ୍ଦ ; ଶିବଲିଙ୍ଗ ଦର୍ଶନ କଲେ ୫୫ ହଜାର ତୀର୍ଥଯାତ୍ରୀ

0

ଶ୍ରୀନଗର : ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରାକୁ ବୁଧବାର ସାମୟିକ ଭାବେ ବନ୍ଦ ରଖାଯାଇଛି। ଉଭୟ ପହଲ୍‍ଗାମ୍‍ ଓ ବଲ୍‍ତଲ୍‍ ପଥରେ ଯାତ୍ରାକୁ ବନ୍ଦ ରଖାଯାଇଛି। ଭୀଷଣ ବର୍ଷା, ଭୂସ୍ଖଳନ ଏବଂ ରାସ୍ତାରେ ଯାତାୟତ କ୍ଷେତ୍ରରେ ସମସ୍ୟା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଅନ୍ୟପକ୍ଷରେ ମଙ୍ଗବାର ସନ୍ଧ୍ୟା ସୁଦ୍ଧା ଗତ ୬ ଦିନ ମଧ୍ୟରେ ରେ ପ୍ରାୟ ୫୫ ହଜାର ଅମରନାଥ ତୀର୍ଥଯାତ୍ରୀ ଶିବଲିଙ୍ଗ ଦର୍ଶନ କରିଛନ୍ତି। ଗତକାଲି ଷଷ୍ଠ ଦିନରେ ୧୮ ହଜାରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାରେ ବାବାଙ୍କ ବରଫ ଲିଙ୍ଗ ଦର୍ଶନ କରିଥିଲେ। ଅନ୍ୟପକ୍ଷରେ ବୁଧବାର ସକାଳୁୁ ୬୦୦ ମହିଳାଙ୍କ ସମେତ ୩୭୦୦ ତୀର୍ଥଯାତ୍ରୀ ଜାମ୍ମୁରୁ ଯାତ୍ରା ଆରମ୍ଭ କରିଥିଲେ ମଧ୍ୟ ବାଟରେ ସେମାନଙ୍କୁ ଶିବିରରେ ରଖାଯାଇଛି।

Leave A Reply