୧୧୦ପଞ୍ଚାୟତ ପାଇଁ ୧୧୨୨ ପ୍ରକଳ୍ପ ମଞ୍ଜୁର

0

ଭୁବନେଶ୍ୱର: ବ୍ଲକସ୍ତରରେ ଆରମ୍ଭ ହୋଇଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଚାରିଟି ବ୍ଲକର ୧୧୦ଟି ପଞ୍ଚାୟତ ପାଇଁ ୧୧୨୨ଟି ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଏଥିରେ ୨୭.୫୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ବରଗଡ଼, ଟିଟିଲାଗଡ଼, ବାଲେଶ୍ୱର ସଦର ଓ ଖଣ୍ଡପଡ଼ା ବ୍ଲକର ଜନସାଧାରଣଙ୍କ ସହ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରିଛନ୍ତି।
ବରଗଡ଼ ଜିଲାର ବରଗଡ଼ ବ୍ଳକ୍‍ର ୨୭ଟି ପଞ୍ଚାୟତ ପାଇଁ ୬.୭୫ କୋଟି ଟଙ୍କାର ୨୫୦ଟି ପ୍ରକଳ୍ପ, ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୬କୋଟି ଟଙ୍କାର ୨୩୧ଟି ପ୍ରକଳ୍ପ, ବାଲେଶ୍ୱର ଜିଲା ବାଲେଶ୍ୱର ସଦର ବ୍ଲକର ୩୭ଟି ପଞ୍ଚାୟତ ପାଇଁ ୯.୩୦ କୋଟି ଟଙ୍କାର ୩୮୪ଟି ପ୍ରକଳ୍ପ ଏବଂ ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୫.୫୩ କୋଟି ଟଙ୍କାର ୨୫୭ଟି ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply