ଚାନ୍ଦବାଲିରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ

0

ଧାମରା:ଭଦ୍ରକ ଜିଲ୍ଲା ଅର୍ନ୍ତଗତ ଚାନ୍ଦବାଲି ବ୍ଲକରେ ‘ଆମ ୍ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନ ୧୨ଟା ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଚାନ୍ଦବାଲି ବ୍ଲକର ୩୬ଟି ଗ୍ରାମ ପଞ୍ଚାୟତର ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଏହି ବ୍ଲକର ଜନ ପ୍ରତିନିଧିମାନଙ୍କ ସହ ଯୋଗାଯୋଗ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ବ୍ଲକରେ ୩୬ଟି ପଞ୍ଚାୟତକୁ ୨୫ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବା କଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ମତ ରଖିଥିଲେ। ଆଗାମୀ ଦିନରେ ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସମସ୍ତ ପଞ୍ଚାୟତରେ ଗୋଟିଏ ଗୋଟିଏ ଘର ଯୋଗାଇ ଦିଆଯିବା ସହ ବିଧାୟକଙ୍କ ପାଣ୍ଠିରୁ ଏହି ସମସ୍ତ ପଞ୍ଚାୟତକୁ ୫ଲକ୍ଷ ଟଙ୍କାର ଅନୁଦାନ ଦିଆଯିବ ବୋଲି କହିଥିଲେ। ପଞ୍ଚାୟତକୁ ଯୋଗାଇ ଦିଆଯାଇଥିବା ୩୦ଲକ୍ଷ ଟଙ୍କାକୁ ସରପଞ୍ଚ ସେମାନଙ୍କର ପଞ୍ଚାୟତର ବିକାଶ ପାଇଁ ଏହି ପାଣ୍ଠିକୁ ବିନିଯୋଗ କରିବେ ବୋଲି ମତ ପ୍ରକାଶ ପାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ, ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ମଧୁସୂଦନ ଦାସ, ଭଦ୍ରକ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ଚାନ୍ଦବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ମାନସି ସାହୁ, ସମାଜସେବୀ ରଞ୍ଜନ ସାହୁ, ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ବିଦ୍ୟୁଲତା ନାୟକ, ଅଜୟ ନାୟକ, ଚାନ୍ଦବାଲି ବିଡିଓ ମନୋଜ ପାତ୍ର,ଚାନ୍ଦବାଲି ରେଞ୍ଜର ଅରୁଣ ବେହେରା,ଭଦ୍ରକ ଡିଏଫ୍‍ଓ ଅମ୍ଲାନ ନାୟକ,ଚାନ୍ଦବାଲି ତହସିଲଦାର ପ୍ରେମାଂଶୁ ଚାନ୍ଦଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply