ନବରାତ୍ରି ସ୍ପେଶିଆଲ- ଆଳୁ ହାଲୁଆ

ଆବଶ୍ୟକୀୟ ସାମଗ୍ରୀ  

ସିଝା ଆଳୁ- ୩ଟା
ଘିଅ- ୪ ଚାମଚ
ଚିନି- ୧ କପ୍
ଗୁଜୁରାତି ଅଳ୍ପ ଏବଂ ଡ୍ରାଏ ଫୁଡ (କାଜୁ, କିସମିସ୍, ବାଦାମ)

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଆଳୁକୁ ପ୍ରେସରରେ ସିଝାଇ ଦିଅନ୍ତୁ। ପରେ ଆଳୁର ଚୋପା ଛଡାଇ ଭଲ ଭାବରେ ଚକଟି ରଖନ୍ତୁ। ଚିନି ଓ ଗୁଜୁରାତିକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ତା ପରେ କଡେଇ ଗରମ କରି ସେଥିରେ ୪ ଚାମଚ ଘିଅ ପକାନ୍ତୁ।  ଘିଅ ଗରମ କରି ସେଥିରେ ଚକଟା ଆଳୁ ପକାଇ ଭଲ ଭାବରେ ଗୋଳାନ୍ତୁ। ଧ୍ୟାନ ରଖନ୍ତୁ କଡେଇରେ ଯେପରି ଆଳୁ ନ ଲାଗେ। କିଛି ସମୟ ପରେ ସେଥିରେ ଚିନି ଓ ଗୁଜୁରାତି ଗୁଣ୍ଡ ପକାନ୍ତୁ। ବାରମ୍ବାର ଏହାକୁ ଗୋଳାଉଥାନ୍ତୁ ଯେପରି କଡେଇରେ ଅଳୁ ଲାଗିବ ନାହିଁ।  କିଛି ସମୟ ପରେ ଏହା ସୁଜି ହାଲୁଆ ପରି ଦେଖାଯିବ।  ଶେଷରେ ସେଥିରେ କାଜୁ, କିସମିସ୍ ଓ ବାଦାମ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆଳୁ ହାଲୁଆ।

Comments are closed.