ମେଦବହୁଳତା ଦୂର କରିବାରେ ବିଶେଷ ଭୂମିକା ବହନ କରେ ଘି କୁଆଁରୀ

ସାଧାରଣତଃ ଆଜିକାଲି ଲୋକଙ୍କର ମେଦବହୁଳତା ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଉପାୟ ଆପଣାଇ ମଧ୍ୟ ବିଫଳ ହୋଇଥାଆନ୍ତି। ତେବେ ଦୈନନ୍ଦିନ ଜୀବନରେ କିଛି ସହଜ ଘରୋଇ ଉପାୟ ଆପଣାଇ ଏଥିରୁ ମୁକ୍ତି ପାଇପାରିବେ। ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ –

ମେଦବହୁଳତା କମାଇବାରେ ଘି କୁଆଁରୀ ବା ଆଲୋଭେରା ରସ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପ୍ରତିଦିନ ଅଧା ଗ୍ଲାସ ଉଷୁମପାଣିରେ ଫାଳେ ଲେମ୍ବୁ ଚିପୁଡି ଓ ୪ ଚାମଚ ଘି କୁଆଁରୀ ରସ ମିଶାଇ ପିଇଲେ ବହୁତ ଉପକାର ମିଳିଥାଏ।

ଆଉ ଏକ ଉପାୟ ହେଉଛି ୪ ଚାମୁଚ ମେଥି ପତ୍ର ରସ, ଗୋଟିଏ ରସୁଣ କୋଲା ସହିତ ୨୦ ଗ୍ରାମ୍ ଘି କୁଆଁରୀ ରସ ସକାଳେ ଖାଲିପେଟରେ ଖାଇଲେ ମେଦବହୁତଳା ସମସ୍ୟା ଦୂରେଇ ଯାଇଥାଏ।

Comments are closed.