ନିୟମିତ ସକାଳେ ଖାଆନ୍ତୁ ଭିଜା ବାଦାମ, ମିଳିବ ଏହି ଉପକାର

0

ପୋଷକତତ୍ତ୍ବରେ ଭରପୂର ବାଦାମ ନିୟମିତ ଭାବେ ଖାଇବା ସ୍ବାସ୍ଥ୍ୟ ପାଇଁ ଉତ୍ତମ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପାଣିରେ ଭିଜା ହୋଇଥିବା ବାଦାମ ଖାଇଲେ ତାହା ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ।

ଦୈନିକ ରାତିରେ ଉଷୁମ ପାଣିରେ ଅଳ୍ପ ଲୁଣ ମିଶାଇ ବାଦାମ ଭିଜାଇ ଦିଅନ୍ତୁ। ତହିଁ ଆରଦିନ ସକାଳ ଜଳଖିଆରେ ଏହାକୁ ଖାଇବା ଉଚିତ।

ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିିଛି ଯେ ଦୈନିକ ଏହିପରି ବାଦାମ ଖାଇଲେ ତାହା ହୃଦ୍‌ରୋଗରୁ ରକ୍ଷା କରିଥାଏ।

କୋଲେଷ୍ଟରଲର ମାତ୍ରା ଶରୀରରେ କମ୍ ହେବା ସହ ଓଜନ ନିୟନ୍ତ୍ରିତ ରୁହେ।

ଏଥିରେ କ୍ୟାଲସିୟମ୍ ଓ ପ୍ରୋଟିନ୍ ଥିବା କାରଣରୁ ତାହା ମାଂସପେଶୀକୁ ଶକ୍ତି ଯୋଗାଏ। ଖେଳାଳିମାନେ ନିୟମିତ ଏହା ସେବନ କରିବା ଭଲ।

ମଧୁମେହ ରୋଗୀ ଏହା ଖାଇଲେ ସେମାନଙ୍କ ରକ୍ତ ଶର୍କରା ନିୟନ୍ତ୍ରିତ ହେଉଥିବାର ବିଶେଷଜ୍ଞଙ୍କ ମତ।

ଭିଜା ବାଦାମରେ ଫାଇବର୍ (ତନ୍ତୁ) ଥିବା କାରଣରୁ ତାହା ହଜମ ହେବାରେ ସହାୟକ ହୋଇଥାଏ।

ଏହା ସହ ଏଥିରେ ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ଥିବାରୁ ରଙ୍ଗ ସଫା କରିବା ସହ ତ୍ବଚାକୁ ସଂକ୍ରମଣରୁ ରକ୍ଷା କରେ।

Leave A Reply