ଆଜି ଜାମ୍ମୁ-କାଶ୍ମୀର ଓ ଲଦାଖ ହେବ ଦେଶର ନୂତନ କେନ୍ଦ୍ରଶାସିତ ଅଞ୍ଚଳ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ଉପରାଜ୍ୟପାଳମାନଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଚାଲିଛି।
ଆଜିଠାରୁ ଏହି ଦୁଇଟିଯାକ ଅଞ୍ଚଳ ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ କାର୍ଯ୍ୟକ୍ଷମ ହେବ। ଜମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ଅଗଷ୍ଟ ୫ ତାରିଖରେ ପାର୍ଲାମେଣ୍ଟରେ ନିଷ୍ପତ୍ତି ନିଆଯାଇଥିଲା। ସେହିଦିନ ରାଜ୍ୟରୁ ୩୭୦ ଧାରା ଉଚ୍ଛେଦ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଆଜି  ଗିରିଶ ଚନ୍ଦ୍ର ମୁର୍ମୁ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଭାବରେ ଶପଥ ନେବେ। ସେହିପରି ରାଧାକ୍ରିଷ୍ଣ ମାଥୁର୍‍ ଲଦାଖ୍‍ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିବେ।

Comments are closed.