ଖୁବଶୀଘ୍ର ଅଭିନୟ ଜଗତରେ ପାଦ ଥାପିବେ ଆଲିୟାଙ୍କ ଏହି ବାନ୍ଧବୀ

ମୁମ୍ବଇ : ଆଲିୟାଙ୍କ ପ୍ରିୟ ବାନ୍ଧବୀ ଆକାଂକ୍ଷା ରଞ୍ଜନ କପୁର ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି। ସାମାଜିକ ଗଣମାଧ୍ୟମରେ ବହୁବାର ଆଲିୟାଙ୍କ ସହ ଏକାଠି ନଜର ଆସିଥିବା ଆକାଂକ୍ଷାଙ୍କୁ ଖୁବଶୀଘ୍ର ଏକ ମ୍ୟୁଜିକ୍‍ ଭିଡିଓରେ ଦେଖିବାକୁ ମିଳିବ। ସେ ଲୋକପ୍ରିୟ ଗାୟକ ଅଙ୍କିତ ତିୱାରୀଙ୍କ ମ୍ୟୁଜିକ୍‍ ଭିଡିଓ ‘ତେରେ ଦୋ ନୈନା’ରେ ଅପାରଶକ୍ତି ଖୁରାନାଙ୍କ ସହ ଅଭିନୟ କରିବେ। ଏହି ଗୀତର ଶୁଟିଂ ଲକ୍ଷ୍ନୌରେ କରାଯାଇଛି।

image courtesy-Mumbai Mirror

ଉଲ୍ଲେଖଯୋଗ୍ୟ, ଆକାଂକ୍ଷା ଓ ଆଲିୟାଙ୍କ ବନ୍ଧୁତ୍ୱର ଗଭୀରତା ତାଙ୍କ ଇନ୍‍ଷ୍ଟାଗ୍ରାମ୍‍ ଆକାଉଣ୍ଟରେ ଶେୟାର ହୋଇଥିବା ଫଟୋଗୁଡ଼ିକୁ ଦେଖି ଅନୁମାନ କରିହେବ। ନିକଟରେ ମଧ୍ୟ ଅନ୍ୟ ଜଣେ ବନ୍ଧୁଙ୍କ ବିବାହରେ ଦୁହେଁ ଏକାଠି ଉଠାଇଥିବା ଫଟୋକୁ ସାମାଜିକ ଗଣମାଧ୍ୟମରେ ଶେୟାର କରିଥିଲେ।

Comments are closed.