ଚଳଚ୍ଚିତ୍ର ସୁଟିଂ ସମୟରେ ଆଲିଆ ଭଟ୍ଟ ଆହତ

0

ମୁମ୍ବଇ:  ବଲିଉଡ୍‌ରେ ଏକ ଚଳଚ୍ଚିତ୍ର ସୁଟିଂ ସମୟରେ ଆଲିଆ ଭଟ୍ଟ ଆହତ ହୋଇଛନ୍ତି । ତାଙ୍କ ଗୋଡରେ ଆଘାତ ଲାଗିଥିବା ସୂଚନା ମିଳିଛି । କଳଙ୍କ ନାମକ ସିନେମାର ସୁଟିଂ ସମୟରେ ସେ ଆହତ ହୋଇଥିବା ଜଣାପଡିଛି ।

ସୁଟିଂ ମଝିରେ ସେ ବିଶ୍ରାମ କରୁଥିଲେ । ଏକ ସଟ୍‌ ଦେବା ପାଇଁ ସେ ପାହାଚ ଉପରେ ଚଢୁଥିବା ବେଳେ ଖସି ଯିବାରୁ ଆଘାତ ଲାଗିଛି । ଗତି କିଛି ମାସ ତଲେ ସେ ବ୍ରହ୍ମାସ୍ତ୍ରର ସୁଟିଂ ବେଳେ ଆହତ ହୋଇଥିଲା । ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା । କଳଙ୍କ ସେଟ୍‌ରେ ଆଘାତ ଲାଗିଥିବା ପରେ ତାଙ୍କ ଗୋଡକୁ ବ୍ୟାଣ୍ଡେଜ୍‌ କରାଯାଇଛି ।

ସେ ଏବେ ବ୍ରହ୍ମାସ୍ତ୍ର ଓ କଳଙ୍କ ଦୁଇଟି ସିନେମାର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Leave A Reply