ଆଲିଆଙ୍କ ପୂରୁଣା ପୋଷାକ ନିଲାମ ରାଶି ଦ୍ୱାରା ୪୦ ଘରେ ଜଳିଲା ଆଲୁଅ

0

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ କମ ବୟସରେ ନିଜର ଅଭିନୟ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଅଭିନୟ କରିବା ସହ ଆଲିଆ ସାମାଜିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅଭିନେତ୍ରୀ ଆଲିଆ ନିଜର କିଛି ପୂରୁଣା ନିଲାମ କରିବାକୁ ଚିନ୍ତା କରିଥିଲେ। ନିଲାମରୁ ମିଳିଥିବା ଅର୍ଥରାଶିକୁ ସେ ଗରିବ ଓ ଅବହେଳିତ ଲୋକଙ୍କ ମୌଳିକ ସୁବିଧାପାଇଁ ଖର୍ଚ୍ଚ କରିବାକୁ ଆଶା ରଖିଥିଲେ। ବର୍ତ୍ତମାନ ଆଲିଆଙ୍କ ଏହି ପ୍ରୟାସ ସଫଳ ହୋଇଛି। ଆଲିଆଙ୍କ କିଛି ପୂରୁଣା ପୋଷାକ ବିକ୍ରିହୋଇ ୪୦ ପରିବାରରେ ବିଜୁଳି ଜଳିଛି। ଆଲିଆଙ୍କ ଏହି ପୂରୁଣା ପୋଷାକ ବିକ୍ରି ହେବାପରେ ସେ ଏକ ସାମାଜିକ ସେବା ସଂସ୍ଥାକୁ ଦେଇଥିଲେ। ସଂସ୍ଥା ଆଲିଆଙ୍କ ପୋଷାକରୁ ମିଳିଥିବା ଅର୍ଥରାଶି କର୍ଣ୍ଣାଟକର ମଣ୍ଡ୍ୟା ଜିଲା କିକେରି ଗାଁର ୪୦ ପରିବାରରେ ବିଦ୍ୟୁତ ପ୍ରବାହ କରିଛନ୍ତି। ଏହି ସଂସ୍ଥା ଅବ୍ୟବହୃତ ପ୍ଲାଷ୍ଟିକରୁ ସୌର ଶକ୍ତି ଉତ୍ପାଦନ କରିପାରୁଛି।
ଏହି କାର୍ଯ୍ୟକୁ ନେଇ ଅଭିନେତ୍ରୀ ଆଲିଆ କହିଛନ୍ତି, କିକେରି ଗ୍ରାମର ୨୦୦ ପରିବାରକୁ ବିଜୁଳି ଦେବା ମୋର ଲକ୍ଷ ରହିଛି। ମୋର ଏହି ପୋଷାକ ନିଲାମ କରି ଅନେକ ସଂସ୍ଥାକୁ ପ୍ରଦାନ କରୁଛି। ଏହାଦ୍ୱାରା ଅନେକ ଲୋକଙ୍କ ଭବିଷ୍ୟତ ବଦଳିପାରିବ ବୋଲି ଆଶା ରହିଛି ବୋଲି ସେ କହିଛନ୍ତି।

Leave A Reply