୫ ଲକ୍ଷ ଟଙ୍କାରୁ ଅଧିକ ଦେଶୀ ଓ ବିଦେଶୀ ମଦ ବୋତଲ ଜବତ

0

ଚିକିଟି: ବ୍ରହ୍ମପୁର ଉପଜିଲାପାଳ ଇଂ.ସିଦ୍ଧାର୍ଥ ଶଙ୍କର ସ୍ବାଇଁ  ଚିକିଟି ବ୍ଲକ ଧାନ ଘରଠାରେ ଦୁଇଟି ଦୋକାନ ଉପରେ ଚଢ଼ଉ କରିଛନ୍ତି । ଚଢାଉ ବେଳେ ଘଟଣାସ୍ଥଳରୁ ପ୍ରାୟ ଶହେ ଲିଟର ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି । ଉପଜିଲାପାଳଙ୍କ ସହ ଚିକିଟି ତହସିଲଦାର ଇନ୍ଦିରା ସାହୁ , ଅତିରିକ୍ତ ତହସିଲଦାର ଡ଼ଃ ଶକ୍ତିପ୍ରସାଦ ଶ୍ରୀଚନ୍ଦନଙ୍କ ଉପସ୍ଥିତିରେ ସର୍ବ ସମ୍ମୁଖରେ ସମସ୍ତ ବୋତଲକୁ ବାଳକୁମାରି ନାଳରେ ଭାଙ୍ଗି ଦେଇ ନଷ୍ଟ କରିଦିଆଯାଇଛି । ନଷ୍ଟ ଦେଶୀ ଓ ବିଦେଶୀ ମଦର ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହି ଚଢ଼ାଉ ପରେ ଚିକିଟି ଅଞ୍ଚଳରେ ଥିବା ମଦ ମାଫିଆଙ୍କ ମଧ୍ୟରେ କକୁଆ ଭୟ ସୃଷ୍ଟି ହୋଇଛି ।

Leave A Reply