ଖୁଣ୍ଟା ଅବକାରୀ ବିଭାଗର କ୍ରମାଗତ ଚଢ଼ଉ; ମଦ ଜବତ ଓ ୬ ଗିରଫ

0

ଖୁଣ୍ଟା: ଖୁଣ୍ଟା ଅବକାରୀ ବିଭାଗ ଗୁରୁବାର ବେଆଇନ ମଦ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରମାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶୁକ୍ରବାର ପୁଣି ୬ ଜଣଙ୍କ ନିକଟରୁ ୪୦ ଲିଟର ଦେଶୀ ମଦ ଜବତ କରି ସେମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସାତଶୋଳ ଗ୍ରାମର  ମଙ୍ଗଲ ମୁର୍ମୁ(୪୦), ତାଙ୍କ ନିକଟରୁ ୪ ଲିଟର ଦେଶୀ ମଦ , ଖେଜୁରଡ଼ିହା ଗ୍ରାମର ଗୌର ସିଂଙ୍କ ପତ୍ନୀ ଗୌରୀ(୨୯)ଙ୍କ ନିକଟରୁ ୮ ଲିଟର, କାଳିଆପଦା ଗ୍ରାମର ଗଣେଶ୍ୱର ସିଂଙ୍କ ପତ୍ନୀ ଜୟନ୍ତୀ(୨୬)ଙ୍କ ଠାରୁ ୭ ଲିଟର, ଲକ୍ଷ୍ମଣାସହିର ଦୁଇ ଜଣ ଉଡ଼ଗୁ ମାରାଣ୍ଡି(୬୨)ଙ୍କ ଠାରୁ ୬ ଲିଟର ଓ  ସୁକୁଲ ସୋରେନ(୫୮)ଙ୍କ ନିକଟରୁ ୫ ଲିଟର ମଦ ଜବତ ହୋଇଛି । ସେହିପରି ମହୁଲିଆ ଗ୍ରାମର ବନମାଳୀ ଟୁଡୁ(୪୮)ଙ୍କୁ ପୁଲିସ ଗିରଫ କରି ତାଙ୍କ ନିକଟରୁ ୧୦ ଲିଟର ଦେଶୀ ମଦ ଜବତ କରିଛି । ଗିରଫ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply