ଆଜମ୍‍ଗଡ଼ରୁ ଲଢ଼ିବେ ଅଖିଳେଶ, ମୈନପୁରୀରୁ ମୁଲାୟମ୍‍

0

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ୨୦୧୯ ଲୋକସଭା ନିର୍ବାଚନରେ ଆଜମ୍‍ଗଡ଼ ଆସନରୁ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୨୦୧୪ ଲୋକସଭା ନିର୍ବାଚନରେ ଆଜମ୍‍ଗଡ଼ ଆସନରୁ ମୁଲାୟମ୍‍ ସିଂହ ଯାଦବ ବିଜୟୀ ହୋଇଥିଲେ। ତେବେ ଏକ ସଙ୍ଗରେ ସେ ମୈନିପୁରୀ ଆସନରୁ ନିର୍ବାଚିତ ହୋଇଥିବାରୁ ସେ ସେଠାରୁ ଇସ୍ତଫା ଦେଇ ଆଜମ୍‍ଗଡ଼ ଆସନଟିକୁ ରଖିଥିଲେ। ଚଳିତ ନିର୍ବାଚନରେ ମୁଲାୟମ୍‍ ମୈନିପୁରୀ ଆସନରୁ ପ୍ରତିଦ୍ବନ୍ଦିତା କରିବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି।

ରବିବାର ଦଳପକ୍ଷରୁ ଉଭୟ ଆଜମ୍‍ଗଡ଼ ଓ ରାମପୁର ସଂସଦୀୟ ଆସନପାଇଁ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏବେ ରାମପୁର ବିଧାନସଭା ଆସନରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଥିବା ମହମ୍ମଦ ଆଜମ୍‍ ଖାଁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବେ।

 

Leave A Reply