ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଦେଲେନି ଅଖିଳେଶ

0

ଲକ୍ଷ୍ନୌ : କଂଗ୍ରେସ ନେତୃତ୍ୱାଧୀନ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କି’ଏ ହେବ ସେ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ମମତାଙ୍କ ପରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ମଙ୍ଗଳବାର ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥିତ୍ୱ ସପକ୍ଷରେ ନଥିବା ସ୍ପଷ୍ଟ କରିଛନ୍ତି। ପ୍ରକାଶଯେ ଗତ ରବିବାର ଡିଏମ୍‍କେ ନେତା ଏମ୍‍.କେ ଷ୍ଟାଲିନ୍‍ ୨୦୧୯ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବା ସପକ୍ଷରେ କହିଥିଲେ। ଏହା ଉପରେ ଅଖିଳେଶ କହିଛନ୍ତି ଯେ ଗରିବ ଲୋକମାନେ ବିଜେପି ସରକାର ଉପରେ ଖୁସି ନାହାନ୍ତି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଶରଦ ପାୱାର ବିରୋଧୀ ଦଳର ନେତାଙ୍କୁ ନେଇ ମେଣ୍ଟ ଗଠନ କରିବାକୁ ପ୍ରୟାସ କରିଛନ୍ତି। ତେଣୁ ଜଣଙ୍କ ମତ ଉପରେ ମେଣ୍ଟ ସହମତ ହେବାର ଆବଶ୍ୟକତା ନାହିଁ। ଅର୍ଥାତ ଷ୍ଟାଲିନ୍‍ଙ୍କ ମତରେ ତାଙ୍କର ସହମତି ନାହିଁ। ଏଥିରୁ ମହାମେଣ୍ଟ ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଦେଉନଥିବା ଜଣାପଡିଛି।

Leave A Reply