କୁମ୍ଭ ସ୍ନାନକୁ ବର୍ଜନ କରିବେ ସାଧୁସନ୍ଥ

0

ଆହ୍ଲାବାଦ : ଉତ୍ତର ପ୍ରଦେଶର ବିଜେପି ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଖିଳ ଭାରତୀୟ ଆଖଡ଼ା ପରିଷଦ ୨୦୧୯ କୁମ୍ଭମେଳାର ରାଜକୀୟ ସ୍ନାନକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛି । ଅଖିଳ ଭାରତୀୟ ଆଖଡ଼ା ପରିଷଦ ଦ୍ୱାରା ଶୁକ୍ରବାର ଆୟୋଜିତ ବୈଠକରେ ୧୩ଟି ଆଖଡ଼ା ପରିଷଦ ଭାଗ ନେଇଥିଲେ । ଏହି ବୈଠକରେ କୁମ୍ଭର ରାଜକୀୟ ସ୍ନାନ ବର୍ଜନ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଆଖଡା ପରିଷଦର ସ୍ଥାୟୀ ଘର ନର୍ମାଣ ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିବାରୁ ସାଧୁସନ୍ଥମାନେ ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ ଅଛନ୍ତି । ୧୩ଟି ଯାକଁ ଆଖଡ଼ା ପରିଷଦର ଦାବି ପୂରଣ କରିବାରେ ରାଜ୍ୟ ସରକାର ଅହେତୁକ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି ।

ସେହିପରି ଆଖଡା ପରିଷଦ କୁମ୍ଭମେଳାରେ କୌଣସି ସରକାରୀ ସୁବିଧା ଓ ସହଯୋଗ ନେବନାହିଁ । କୁମ୍ଭମେଳାର ପରାମର୍ଶଦାତା କମିଟି ଓ ମାର୍ଗଦର୍ଶକ ମଣ୍ଡଳୀରେ କୌଣସି ସାଧୁସନ୍ଥ ରହିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ବୈଠକ ପରେ ଅଖିଳ ଭାରତୀୟ ଆଖଡ଼ା ପରିଷଦ ଏକ ନୂତନ ଭଣ୍ଡ ବାବାଙ୍କ ତାଲିକା ଜାରି କରିଛି । ନୂତନ ତାଲିକାରେ ଦୁଇ ନୂଆ ବାବାଙ୍କୁ ଭଣ୍ଡ ଘୋଷଣା କରାଯାଇଛି । ଚକ୍ରପାଣି ଏବଂ ପ୍ରମୋଦ କୃଷ୍ଣାମଙ୍କୁ ଭଣ୍ଡ ବୋଲି ଘୋଷଣା କରାଯାଇଛି । ତାଲିକା ପ୍ରକାଶ ପରେ ନିଜ ପ୍ରତିକ୍ରିୟା ରଖି ପ୍ରମୋଦ କୃଷ୍ଣାମ ଆଖଡା ପରିଷଦ ଉପରେ ବର୍ଷିଛନ୍ତି । ସେ ଆଖଡ଼ା ପରିଷଦକୁ ବଳାତ୍କାରୀଙ୍କ ଆଖଡା ବୋଲି କହିଛନ୍ତି ।

Leave A Reply