ଅଗଷ୍ଟ ୧୫ ରେ ଅକ୍ଷୀ ଓ ଜନଙ୍କ ମଧ୍ୟରେ ଲଢେଇ !

0

ମୁମ୍ବଇ : ଅଗଷ୍ଟ ୧୫ତାରିଖରେ ଜନ୍‍ ଅବରମଙ୍କ ଅଭୀନିତ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’ ଓ ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’ ଏକାଠି ପରଦାକୁ ଆସୁଛି। ଦୁଇଟି ଚଳଚ୍ଚିତ୍ରକୁ ନେଇ ଅଭିନେତା ମାନଙ୍କ ମଧ୍ୟରେ ପ୍ରଚାର ଟକ୍କର ଦେଖିବାକୁ ମଳୁଛିି। ‘ଗୋଲ୍ଡ’ ଚଳଚ୍ଚିତ୍ରର ପୋଷ୍ଟର ବାହାରିବା ସଙ୍ଗେ ସଙ୍ଗେ ଜନ୍‍ଙ୍କ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’ର ଏକାଧିକ ପୋଷ୍ଟର ଦେଖିବାକୁ ମିଳିଥିଲା।
ଅକ୍ଷକ କୁମାରଙ୍କ ‘ଗୋଲ୍ଡ’ ଏକ ଜୀବନକାହାଣୀକୁ ନେଇ ଆଧାରିତ ହୋଇଥିବାବେଳେ, ଜନ୍‍ଙ୍କ ଚଳଚ୍ଚିତ୍ର ଏକ ମନଗଢା କାହାଣୀ ଉପରେ ପ୍ରର୍ଯ୍ୟବେସିତ। ‘ସତ୍ୟମେବ ଜୟତେ’ ଚଳଚ୍ଚିତ୍ରରେ ଜନ୍‍ ଆବ୍ରହମଙ୍କ ସହ ମନୋଜ ବାଜପାୟୀ ଓ ଆଏଶା ଶର୍ମାଙ୍କୁ ପୋଷ୍ଟରେ ଦେଖିବାକୁ ମିଳିଛି। ଅଭିନେତା ମନୋଜ ବାଜପେୟୀଙ୍କୁ ପୁଲିସ ପୋଷାକ ପନ୍ଧିଥିବା ଦେଖିବାକୁ ମିଳିଛି। ‘ସତ୍ୟମେବ ଜୟତେ’ ଚଳଚ୍ଚିତ୍ରର ଟ୍ୟାଗ ଲାଇନ ରହିଛି, ‘ବେଇମାନ ମିଟେଗା, କ୍ରପସନ ହଟେଗା’(ଦୋଷୀ ଯିବେ, ଦୁର୍ନତି ଯିବ)।

Leave A Reply