ମୁକ୍ତିଲାଭ କଲା ଅକ୍ଷୟଙ୍କ ‘ଲକ୍ଷ୍ମୀ ବମ୍‍’ର ପ୍ରଥମ ପୋଷ୍ଟର

ମୁମ୍ବଇ : ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍‍’ର ପ୍ରଥମ ପୋଷ୍ଟର ଶନିବାର ମୁକ୍ତିଲାଭ କରିଛି। ଏହା ଏକ ହାସ୍ୟରସାତ୍ମକ ପ୍ରେତାତ୍ମା ଚଳଚ୍ଚିତ୍ର। ଏହି ସିନେମାଟି ୨୦୧୧ରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର କଞ୍ଚନାର ରିମେକ୍‍। ରାଘବ ଲୋରେନ୍ସାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ରରେ ଅକ୍ଷୟ ସହ ପ୍ରମୁଖ ଭୂମିକାରେ ନଜର ଆସିବେ କିଆରା ଆଡ଼ଭାଣୀ ଏବଂ ଆର ମାଧବନ୍। ସେହିଭଳି ତୁଷାର କପୁର ଓ ଶବିନା ଖାନ୍ ଏହାର ପ୍ରଯୋଜନା କରିବେ। ଏହି ଚଳଚ୍ଚିତ୍ର ୨୦୨୦ ଜୁନ ୦୫ରେ ମୁକ୍ତିଲାଭ କରିବ।

Comments are closed.