ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ମଧ୍ୟରେ ପଲିଥିନ ନିଷେଦ୍ଧ

ଆରଡି : ସୋମବାର ଠାରୁ ଅର୍ଥାତ ଆଜିଠୁଁ ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ମଧ୍ୟକୁ ପଲିଥିନି ଓ ପ୍ଲାଷ୍ଟିକ ଜାତୀୟ ଉପକରଣ ପ୍ରବେଶ ଉପରେ ରୋକ ଲଗାଇଛନ୍ତି ଉଭୟ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୁଲିସ। ଏପରିକି ଯଦି ଏହି ଆଇନକୁ କୈାଣସି ବର୍ଗର ଲୋକ ଅମାନ୍ୟ କରେ ତାହାଲେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ରବିବାର ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକୁ ଉଭୟ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୁଲିସ ପକ୍ଷରୁ ନଟକା ଜାରି କରାଯାଇଛି। ତାହାସହିତ ଆଗନ୍ତୁ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କ ଅବଗତି ନିମନ୍ତେ ବିଭିନ୍ନ ସ୍ଥାନରେ ନୋଟିସ ଲଗାଯାଇଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରକାଶ ପାଇଛି। ରବିବାର ଆରଡି ଫାଣ୍ଡିଅଧିକାରୀ ପ୍ରଦୀପ ନାୟକ ଓ ମନ୍ଦିର ଟ୍ରଷ୍ଟର ସହ-ପରିଚାଳକ ସୁଧାକର ବିଶ୍ୱାଳ ମିଳିତ ଭାବେ ମନ୍ଦିର ପରିସର ଓ ପୀଠରେ ଥିବା ସମସ୍ତ ବ୍ୟବସାୟୀମାନଙ୍କୁ ଭେଟିବା ସହ ସୋମବାର ଠାରୁ ପଲିଥିନି ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଥିଲେ। ତାହାସହ ଦୋକାନ ସାମ୍ନା ଓ ବଜାର ମଧ୍ୟରେ ଅଳିଆ, ଆବର୍ଜନା ନ ପକାଇବା ପାଇଁ ତାଗିଦ କରିବା ସହିତ ଧାମରା ପୋର୍ଟ ଆଦାନୀ ପକ୍ଷରୁ ମିଳିଥିବା ଡଷ୍ଟବିନ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ସଚେତନତା କରାଇଥିଲେ।
ଅନ୍ୟପଟେ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇଙ୍କ କହିବା ଅନୁଯାୟୀ , ପୀଠରେ ପଲିଥିନ ମୁକ୍ତ କରିବା ପାଇଁ ମନ୍ଦିରର ଟ୍ରଷ୍ଟି ତଥା ଭଦ୍ରକ ଉପ-ଜିଲାପାଳଙ୍କ ପରାମର୍ଶ କ୍ରମେ ଏପରି ପଦକ୍ଷପ ହାତକୁ ନିଆଯାଇଛି। ତାହାସହ ପ୍ରର୍ଯ୍ୟାୟକ୍ରମେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନ କରାଯିବ ବୋଲି ଶ୍ରୀ ପଲାଇ ପ୍ରକାଶ କରିଥିଲେ।

Comments are closed.