ପୁତୁରା ଆକାଶଙ୍କୁ ରାଜନୀତିକୁ ଆଣିବେ ମାୟାବତୀ

0

ନୂଆଦିଲ୍ଲୀ : ନିଜ ବିରୋଧରେ ଆସିଥିବା ବଂଶବାଦ ଅଭିଯୋଗର କଡ଼ା ଜବାବ ସ୍ବରୂପ ନିଜ ପୁତୁରାକୁ ରାଜନୀତିକୁ ଆଣିବାକୁ ଘୋଷଣା କରିଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀ। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଏସ୍‌ପି-ବିଏସ୍‌ପି ମେଣ୍ଟ ପରେ କେତେକ ଦଳ ମଧ୍ୟରେ ଅସ୍ଥିରତା ସୃଷ୍ଟି ହୋଇଛି। ସତ୍ୟନିଷ୍ଠ ଭାବେ ପ୍ରତିଦ୍ବନ୍ଦ୍ବିତା କରିବା ପରିବ​‌େର୍ତ୍ତ ଏହି ଦଳଗୁଡିକ ବିଏସ୍‌ପି ପ୍ରତି ବିଦ୍ରୂପ ମନ୍ତବ୍ୟ ଦେଉଛନ୍ତି। ଆକାଶଙ୍କୁ ବିଏସ୍‌ପିରେ ସାମିଲ କରି ରାଜନୀତି ଶିକ୍ଷା କରିବାର ସୁଯୋଗ ପ୍ରଦାନ କରିବେ ବୋଲି ସେ ଘୋଷଣା କରିଛନ୍ତି। ଆକାଶ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ହେବେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ଘଟଣାକୁ ନେଇ ମାୟାବତୀ ଏହା କହିଛନ୍ତି। ସେ କହିଛନ୍ତି ୨୦୦୩ରୁ ତାଙ୍କ ସାନଭାଇ ଆନନ୍ଦ କୁମାର ଓ ପରିବାର ନିଃସ୍ବାର୍ଥ ଭାବେ ତାଙ୍କୁ ଏବଂ ବିଏସ୍‌ପିକୁ ସମର୍ଥନ କରିଆସୁଛନ୍ତି। ମାତ୍ର ଏଯାବତ ଦଳର କୌଣସି ପଦପଦବୀ ସେମାନେ ଦାବି କରିନାହାନ୍ତି।

Leave A Reply