ଆକାଶ ଅମ୍ବାନୀଙ୍କ ନିର୍ବନ୍ଧ ପାର୍ଟିରେ ନାମିଦାମୀ ଚେହେରା

0

ମୁମ୍ବଇ : ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ଖୁବ ଶିଘ୍ର ଶ୍ଲୋକା ମେହେଟ୍ଟାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଗୁରୁବାର ଏଣ୍ଟିଲା(ମୁକେଶଙ୍କ ବାସଗୃହ)ରେ ତାଙ୍କର ନିର୍ବନ୍ଧ ହୋଇଯାଇଛି। ଏହି ନିର୍ବନ୍ଧ ପାର୍ଟିରେ ବଲିଉଡର ଅନେକ ନାମିଦାମୀ କଳାକାର ନଜର ଆସିଥିଲେ।

ଆଲିୟା ଭଟ୍ଟ ଗୋଲାପି ରଙ୍ଗର ଏକ ଶାଢି ପିନ୍ଧି ପାର୍ଟିରେ ପହଞ୍ଚିଥିଲେ। ଆଲିୟା ବହୁତ ଶିଘ୍ର ‘ଗଲି ବୟ’ ଚଳଚ୍ଚିତ୍ରରେ ରଣବୀରଙ୍କ ସହ ନଜର ଆସିବେ। ଆକାଶ ଅମ୍ବାନୀଙ୍କ ଛୋଟ ଭାଇ ଅନନ୍ତ ଅମ୍ବାନୀ ମଧ୍ୟ ଗୋଲାପି କୁର୍ତ୍ତା ପିନ୍ଧି ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ।

ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ‘ସଞ୍ଜୁ’ରେ ମୂଖ୍ୟ ଭୂମିକାରେ ଅଭିନୟ କରିଥିିବା ରଣବୀର କପୁର ମଧ୍ୟ ଏହି ନିର୍ବନ୍ଧରେ ନଜର ଆସିଥିଲେ। ରଣବୀରଙ୍କ ସହ ଆୟାନ ମୁଖାର୍ଜୀ ନଜର ଆସିଥିଲେ।

କରଣ ଜୋହର ଗାଢ ଲାଲ ରଙ୍ଗର କୋର୍ଟ ପିନ୍ଧି ଥିବା ପାର୍ଟିରେ ଦେଖିବାକୁ ମିଳିଥିଲା।

ସଚିନ ତେନ୍ଦୁଲକର ନିଜ ପତ୍ନୀ ଅଞ୍ଜଳିଙ୍କ ସହ ଏହି ନିର୍ବନ୍ଧ ପାର୍ଟିରେ ଯୋଗଦେଇଥିଲେ। କ୍ରିକେଟର ଜାହିର ଖାନ ମଧ୍ୟ ତାଙ୍କ ପତ୍ନିଙ୍କ ସହ ନଜର ଆସିଥିଲେ।

Leave A Reply