ଦାଉଦର ସହଯୋଗୀ ଘରୁ ଏକେ-୫୬ ଜବତ,  ଜଣେ ମହିଳା ଗିରଫ

0

ମୁମ୍ବାଇ:  ଅଣ୍ଡର ଓ୍ୱାର୍ଲ୍ଡ ଡନ୍‌  ଦାଉଦ ଇବ୍ରାହିମ୍‌ର ଏକ ସହଯୋଗୀ ଘରୁ  ଗୋଟିଏ ଏକେ-୫୬ ବନ୍ଧୁକ ଜବତ କରାଯାଇଛି । ମୁମ୍ବାଇର ବନ୍ଦୁର ନଗରରେ ଏକ ଘରୁ ଏହି ବନ୍ଧୁକ ଜବତ କରାଯାଇଛି ।  ଏକେ-୫୬ସହ ଦୁଇଟି ପିସ୍ତଲ ମୁମ୍ବାଇ ପୁଲୁସ ଜବତ କରିଛି ।  ନଇମ ଖାନନାମକ ବ୍ୟକ୍ତିଙ୍କର ସମ୍ପର୍କ  ଛୋଟା ସକିଲ ସହ ଥିଲା । ଛୋଟ ସକିଏ ଗୋଟିଏ ସମୟରେ ଦାଉଦ୍‌ ପାଇଁ କାମ କରୁଥିଲା । ନଇମ୍‌ ଖାନ୍‌ର ପତ୍ନୀ

କିଛି ଦିନ ତଲେ ମୁମ୍ବାଇ ପୁଲିସ ୨ ଜଣ ଲୋକଙ୍କୁ ୧୦ ଗ୍ରାମ କୋକେନ୍‌ ସହ ଗିରଫ କରିଥିଲା । ସେମାନଙ୍କୁ ଜେରା କରିବା ସମୟରେ ଏହି ଚୋରା ବନ୍ଧୁକ ବିଷୟରେ ଜଣା ପଡିଥିଲା । ପୁଲିସ ଏହି ଘଟଣାରେ ଜଣା ମହିଳାଙ୍କୁ ବି ଗିରଫ କରିଛି । ଅନ୍ୟ କେଉଁ ଚୋରା କାରବାରରେ ଏମାନେ ସମ୍ପୃକ୍ତ ସେ ବିଷୟରେ ଏବେ ମୁମ୍ବାଇ ପୁଲିସ ତଦନ୍ତ ଚଳାଇଛି।

Leave A Reply