ଭାରତରେ ତିଆରି ହେବ ଅତ୍ୟାଧୁନିକ କାଲାଶନିକୋଭସ୍‌ ବନ୍ଧୁକ (ଏକେ-୨୦୩)

0

ନୂଆଦିଲ୍ଲୀ …- ଭାରତରେ କାଲାଶନିକୋଭସ୍‌ ବନ୍ଧୁକ ତିଆରି କରାଯିବ । ଏହା ୭.୬୨X୩୯ ଏମ୍‌ଏମ୍‌ କାଲିବେର ଏକେ- ୨୦୩ ବନ୍ଧୁକ , ଏକେ-୪୭ଠାରୁ ଏହା ଉନ୍ନତ । ଏଥିପାଇଁ ଆନ୍ତଃ-ସରକାରୀ ବୁଝାମଣା ହୋଇଥିବା ସୂଚନା ମିଳିଛି । ଟାଇମସ୍ଅଫ୍‌ ଇଣ୍ଡିଆର ଖବର ଅନୁଯାୟୀ ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଫେବ୍ରୁଆରୀ ୨୮ ତାରିଖରେ ଉଦ୍‌ଘାଟନ କରିବେ । ଆମେଥି ନିକଟରେ ଥିବା କୋରଓ୍ୱାରେ ଏଥିପାଇଁ  ଫ୍ୟାକ୍ଟରୀ ନିର୍ମାଣ କରାଯିବ । ଋଷ୍‌ସହ  ମିଳିତ ଭାବେ ଏହି ଅତ୍ୟାଧୁନିକ କାଲାଶନିକୋଭସ୍‌ ବନ୍ଧୁକ ତିଆରି କରାଯିବ ।

କାର୍ଯ୍ୟରତ  ମେଜର ଜେନେରାଲଙ୍କ ତତ୍ୱାବଧାନରେ ଏହି ଫ୍ୟାକ୍ଟରୀ କାମ କରିବ । ଏହି ପ୍ରକଳ୍ପରେ ୧୨ହଜାର କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ସୂଚନା ମିଳିଛି । କାଲାଶନିକୋଭସ୍‌ ରାଇଫଲ୍‌ ଅନ୍ୟଦେଶକୁ ବି ରପ୍ତାନୀ କରାଯିବ । ଏବେ ଋଷ୍‌ ଓ ଭାରତ ମିଳିତ ଭାବେ ବ୍ରାହ୍ମୋସ୍‌ କ୍ଷେପଣାସ୍ତ୍ର ନିର୍ମାଣ କରୁଛନ୍ତି ।

Leave A Reply