ଏୟାରଟେଲର ନୂଆ ଅଫର : ୩୯୮ଟଙ୍କାରେ ପ୍ରତିଦିନ ପାଇପାରିବେ ୧.୫ଜିବି ଡାଟା

0

ନୂଆଦିଲ୍ଲୀ : ଏୟାରଟେଲ କମ୍ପାନୀ ଜିଓକୁ କଡା ଟକର ଦେବାପାଇଁ ୩୯୮ ଟଙ୍କାର ଏକ ନୂଆ ପ୍ରିପେଡ ପ୍ଲାନ ଲଞ୍ଚ କରିଛି। ଯେଉଁ ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ମିଳିବା ସହିତ ଅନଲିମିଟେଡ କଲିଙ୍ଗ ମଧ୍ୟ ମିଳିବ। ଯାହାର ବୈଧତା ୭୦ ଦିନ। ସବୁଠାରୁ ଖାସ କଥା ହେଉଛି ଏୟାରଟେଲର ଏହି ପ୍ଲାନ ସବୁ ସର୍କଲ ପାଇଁ ଉପଲବ୍ଧ ରହିଛି। ଏବଂ ଏହି ପ୍ଲାନ ଦ୍ୱାରା ଆପଣ ପ୍ରତିଦିନ ୯୦ ମେସେଜ ମଧ୍ୟ କରିପାରିବେ।

ସେହିଭଳି ଏବେ ଏୟାରଟେଲ ଆଉଗୋଟିଏ ୧୮୧ ଟଙ୍କାର ନୂଆ ପ୍ରିପେଡ ପ୍ଲାନ ଲଞ୍ଚ କରିଛି। ଯେଉଁ ପ୍ଲାନଦ୍ୱାରା ୧୮୧ ଟଙ୍କା ରିଚାର୍ଜ କଲେ ଆପଣ ପ୍ରତିଦିନ ୨ଜି/୩ଜି/୪ଜି ଡାଟା ପାଇପାରିବେ ଏବଂ ଏହାସହିତ ଅନଲିମିଟେଡ କଲିଙ୍ଗ ମଧ୍ୟ ରହିଛି। ଏହାର ବୈଧତା ୧୪ ଦିନ।

Leave A Reply