ଏୟାରସେଲ ସିଗନାଲ ନ ଆସିବାରୁ ହାତ କାଟିଦେଲେ ଯୁବକ

0

ବାଲେଶ୍ବର: ଏୟାରସେଲ ସିଗନାଲ ନ ଆସିବାରୁ ଜଣେ ଯୁବକ ନିଜ ହାତ କାଟି ଦେଇଛନ୍ତି । ଏଭଳି ଏକ ହାସ୍ୟପଦ ଘଟଣା ବାଲେଶ୍ବର ଜିଲା ଖରଡିଆ ଗାଁରେ ଘଟିଛି । ଯୁବକ ଜଣଙ୍କ ହେଲେ ସନ୍ତୋଷ ମଲିକ(୨୨) । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ପ୍ରେମ ଜନିତ କାରଣୁ ଏପରି କରିଥାଆନ୍ତି ବୋଲି ଶୁଣିବାକୁ ମିଳିଛି ।

ସୂଚନାଯୋଗ୍ୟ, ଶିବରାତ୍ରି ପରଠୁ ସେହି ଗାଁରେ ଏୟାରସେଲ ସିଗନାଲ କଟି ଯାଇଥିଲା । ଫଳରେ ଦୀର୍ଘ ଦିନ ଧରି ସେ ତାଙ୍କ ପ୍ରେମିକାଙ୍କ ସହ କଥା ହୋଇପାରୁ ନଥିଲେ । ଏହି କାରଣରୁ ସେ ନିଜ ହାତ କାଟି ଦେଇଥିବା ଅନୁମାନ କରାଯାଉଛି ।

Leave A Reply