ଏୟାର ମାର୍ଶାଲ ଆରକେଏସ୍‍ ଭାଦୁରିଆ ହେବେ ଆଗାମୀ ବାୟୁସେନା ମୁଖ୍ୟ, ସେପ୍ଟେମ୍ବର ୩୦ରେ ଅବସର ନେବେ ଧନୋଆ

0

ନୂଆଦିଲ୍ଳୀ : କେନ୍ଦ୍ର ସରକାର ଏୟାର ମାର୍ଶାଲ ରାକେଶ ସିଂହ କୁମାର ଭାଦୁରିଆଙ୍କୁ ଆଗାମୀ ବାୟୁସେନା ମୁଖ୍ୟ ନିଯୁକ୍ତ କରିଛନ୍ତି। ଭାଦୁରିଆ ବର୍ତ୍ତମାନ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ବିଏସ୍‍ ଧନୋଆଙ୍କ ସ୍ଥାନରେ ଅବସ୍ଥାପିତ ହେବେ। ସରକାର ଗୁରୁବାର ଏହି ଘୋଷଣା କରିଛନ୍ତି।

ବାୟୁ ସେନା ମୁଖ୍ୟ ଭାବେ ଭାଦୁରିଆ ୨ ବର୍ଷ କାର୍ଯ୍ୟ କରିବେ। ସେ ବର୍ତ୍ତମାନ ବାୟୁ ସେନାର ଉପମୁଖ୍ୟ ଅଛନ୍ତି।
ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଟ୍ୱିଟ୍‍ କରିଛନ୍ତି ଯେ କେନ୍ଦ୍ର ସରକାର ବର୍ତ୍ତମାନର ବାୟୁ ସେନା ଉପମୁଖ୍ୟ ଏୟାର ମାର୍ଶାଲ ଆରକେଏସ ଭାଦୁରିଆଙ୍କୁ ଭାରତୀୟ ବାୟୁ ସେନା, ପିଭିଏସଏମ, ଭିଏମ, ଏଡିସିର ଆଗାମୀ ମୁଖ୍ୟ ନିଯୁକ୍ତ କରିଛନ୍ତି। ଭାରତୀୟ ବାୟୁ ସେନାର ୨୫ତମ ମୁଖ୍ୟ ଏୟାର ଚିଫ ମାର୍ଶାଲ ବୀରେନ୍ଦ୍ର ସିଂହ ଧନୋଆ ଆସନ୍ତା ସେପ୍ଟେମ୍ବର ୩୦ରେ ଅବସର ଗ୍ରହଣ କରିବେ। ସେ ୨୦୧୭ ଜାନୁଆରୀରୁ ବାୟୁ ସେନା ମୁଖ୍ୟ ପଦରେ ଥିଲେ। ଏୟାର ଭାଇସ ଚିଫ ଏୟାର ମାର୍ଶାଲ ଆରକେଏସ୍‍ ଭାଦୁରିଆ ବାୟୁସେନାର ଜଣେ ଉତ୍କୃଷ୍ଟ ପାଇଲଟ ମଧ୍ୟରୁ ଜଣେ। ସେ ଏପର୍ଯ୍ୟନ୍ତ ୨୭ରୁ ଊର୍ଦ୍ଧ୍ବ ଯୁଦ୍ଧ ବିମାନ ଏବଂ ପରିବହନ ବିମାନ ଉଡ଼ାଇ ଛନ୍ତି। ସେ ରାଇଫଲ ଯୁଦ୍ଧ ବିମାନ ମଧ୍ୟ ଉଡ଼ାଇଛନ୍ତି। ସେ ରାଇଫଲ ଯୁଦ୍ଧ ବିମାନ କ୍ରୟ ଦଳର ଅଧ୍ୟକ୍ଷ ଅଛନ୍ତି।

Leave A Reply