ଭାରତରେ ବୋତଲରେ ଭର୍ତ୍ତି ହୋଇ ବିକ୍ରି ହେଉଛି ହିମାଳୟର ବିଶୁଦ୍ଧ ବାୟୁ

0

ନୂଆଦିଲ୍ଲୀ . – ସମସ୍ତେ ଜାଣନ୍ତି ଶ୍ୱାସକ୍ରିୟା ପାଇଁ ପବନ ବା ବାୟୁ ମାଗଣାରେ ମିଳେ । ମାତ୍ର  ଭାରତରେ ଏବେ ବୋତଲରେ ଭର୍ତ୍ତି  ହୋଇ ବିଶୁଦ୍ଧ ବାୟୁ ବିକ୍ରି ହେଉଛି  । ୧୦ ଲିଟର ବାୟୁକୁ ୫୫୦ ଟଙ୍କାରେ ବିକ୍ରି କରାଯାଉଛି ।   ଦିଲ୍ଲୀ ସହ ଦେଶର ବିଭିନ୍ନ ସହରରେ ବାୟୁପ୍ରଦୁଷଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି ।  ଏବେ ଅଉଜାୟିର, ଭାଇଟାଲିଟି ଏୟାର ଓ  ଭାରତର କମ୍ପାନୀ ହିମାଲୟନ ଏୟାର   ବିଶୁଦ୍ଧ ବାୟୁ ବିକ୍ରି କରୁଛନ୍ତି । ଏହାକୁ ବୋତଲରେ ଭର୍ତ୍ତି କରାଯାଇ ବିକ୍ରି କରାଯାଉଛି ।

ହିମାଳୟର ବିଶୁଦ୍ଧ ପବନ ବା ବାୟୁର ୧୦ ଲିଟର ବୋତଲକୁ ୫୫୦ ଟଙ୍କାର ବିକ୍ରି କରାଯାଉଛି । ଅତି ଶୀତଳ ତାପମାତ୍ରାରେ ଏହାକୁ କମ୍ପ୍ରେସଡ୍‌ କରି ରଖା ଯାଉଛି । କମ୍ପାନୀ ଏହା ହିମାଳୟର ବିଶୁଦ୍ଧ ବାୟୁ ଓ ଶ୍ୱାସକ୍ରିୟାରେ ଗ୍ରହଣ କଲେ ଶରୀରରେ ସ୍ଫୃତି ଆସୁଛି ବୋଲି ଦାବି କରିଛି ।

ଅଷ୍ଟ୍ରେଲିଆର କମ୍ପାନୀ ଅଉଜାୟିରର ବାୟୁ ଭର୍ତ୍ତି ବୋତଲ ୧୫ଶହ ଓ ୧୯୯୯ଟଙ୍କାରେ ଭାରତରେ ଉପଲବ୍ଧ ହେଉଛି । ସେହିପରି କାନାଡାର କମ୍ପାନୀ ଭାଇଟାଲିଟିର ବିଶୁଦ୍ଧ ପବନ ଅନ ଲାଇନରେ ମିଳିବା ସହ ଦିଲ୍ଲୀ ଓ ଅନ୍ୟ କେତକ ସହରରେ ଉପଲବ୍ଧ ହେଉଛି ।

ଆଲେଖ୍ୟ – ଜିତ୍‌ ପଟ୍ଟନାୟକ with web input

Leave A Reply