ରାତିରେ ସ୍ୱତନ୍ତ୍ର ଉଡାଣ କରି କାଶ୍ମୀରରେ ୫ହଜାର ଜବାନଙ୍କୁ ପହଞ୍ଚାଇଲା ଏୟାର ଇଣ୍ଡିଆ

0

ନୂଆଦିଲ୍ଲୀ  .-  ପୁଲୁଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ  ସୁରକ୍ଷା ଦୃଷ୍ଟିକୋଣରୁ ଜବାନମାନଙ୍କୁ  ସ୍ୱତନ୍ତ୍ର ବିମାନ ଯୋଗେ ଶ୍ରୀନଗର ପଠାଯାଇଛି ।  ଏୟାର ଇଣ୍ଡିଆର ବିମାନ  ରାତିରେ ସ୍ୱତନ୍ତ୍ର ଉଡାଣ କରି ୫ ହଜାର ଜବାନଙ୍କୁ ଶ୍ରୀନଗରରେ ପହଞ୍ଚାଇଛି । ଏବେ ନୂଆଦିଲ୍ଲୀ ଓ ଶ୍ରୀନଗର ମଧ୍ୟରେ ପ୍ରତିଦିନ ୩ଟି ସ୍ୱତନ୍ତ୍ର ଉଡାଣ କରାଯାଉଛି । ଏଥିରେ ସୁରକ୍ଷାକର୍ମୀମାନଙ୍କୁ ନେବା ଆଣିବା କରାଯାଉଥିବା ସୂଚନା ମିଳିଛି । ଏହା ବ୍ୟତୀତ ଜବାନମାନଙ୍କ ପାଇଁ ୭୮୭ ଡ୍ରିମଲ୍ୟାଣ୍ଡର ବିମାନ କୋଲକାତାରୁ ଜମ୍ମୁକୁ ଜବାନମାନଙ୍କୁ ନେବା ଆଣିବା କରୁଛି । ଏଥିରେ ବିଏସ୍‌ଏଫ୍‌ର ଜବାନମାନଙ୍କୁ ଶ୍ରୀନଗରକୁ ପଠାଯାଉଛି ।

ସପ୍ତାହରେ ଦୁଇଦିନ ଦିଲ୍ଲୀ-ଲେହ-ଦିଲ୍ଲୀ ବିମାନ ଉଡାଣ କରାଯାଉଛି ।  ଦିଲ୍ଲୀ-ଲେହ-ଚଣ୍ଡୀଗଡ ମାର୍ଗରେ ସ୍ୱତନ୍ତ୍ର ବିମାନ ଚଳାଚଳ କରୁଛି । ଏଥିରେ ସେନାର ଜବାନମାନଙ୍କୁ ନେବା ଆଣିବା  କରାଯାଉଛି ।  ରାତିରେ ଏଥିପାଇଁ ବିମାନର ସ୍ୱତନ୍ତ୍ର ଉଡାଣ କରାଯାଉଛି ।

Leave A Reply