ଭୁବନେଶ୍ୱର-ବ୍ୟାଙ୍କକ୍‍ ବିମାନ ସେବା ବାତିଲ କଲା ଏୟାର ଇଣ୍ଡିଆ

0

ଭୁବନେଶ୍ୱର: ଭୁବନେଶ୍ୱର-ବ୍ୟାଙ୍କକ୍‍ ବିମାନ ଚଳାଚଳକୁ ଏୟାର ଇଣ୍ଡିଆ ପକ୍ଷରୁ ବାତିଲ କରାଯାଇଛି। ସେହିପରି ଭୁବନେଶ୍ୱର-ବେଙ୍ଗାଲୁରୁ ବିମାନ ସେବାକୁ ମଧ୍ୟ ଏୟାର ଇଣ୍ଡିଆ ପ୍ରତ୍ୟାହାର କରିନେଇଛି। ତେବେ ହଜ୍‍ ଯାତ୍ରା ପାଇଁ ଭୁବନେଶ୍ୱର-ବ୍ୟାଙ୍କକ୍‍ ବିମାନ ସେବା ବନ୍ଦ କରାଯାଇ ଥିବାବେଳେ ଅକ୍ଟୋବର ମାସରେ ଏହା ପୁନର୍ବାର ଚାଲୁହେବ ବୋଲି ଜଣାପଡିଛି। ହସ୍ତଗତ ସୂଚନା ଅନୁସାରେ ଗତବର୍ଷ ଡିସେମ୍ବର ୧୦ ତାରିଖରେ ଭୁବନେଶ୍ୱର-ବ୍ୟଙ୍କକ୍‍ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହୋଇଥିଲା। ଏୟାର ଏସିଆ ବିମାନ ପରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିଥିଲା ଏୟାର ଇଣ୍ଡିଆ। ତେବେ ଆଜି ଠାରୁ ଏହାକୁ ବନ୍ଦ ରଖାଯାଇଛି। ଅପରପକ୍ଷେ ଭୁବନେଶ୍ୱର-ବେଙ୍ଗାଲୁରୁ ବିମାନ ସେବାକୁ ଏୟାର ଇଣ୍ଡିଆ ବାତିଲ କରିଥିବା ବେଳେ ଏହାର କାରଣ ଜଣାପଡିନାହିଁ।

Leave A Reply