ମୁମ୍ବଇ ଓ ନ୍ୟୁୟର୍କ ମଧ୍ୟରେ ଏୟାର ଇଣ୍ଡିଆର ସିଧାସଳଖ ଉଡାଣ ବନ୍ଦ ହେବ !

ମୁମ୍ବଇ .- ଏୟାର ଇଣ୍ଡିଆ ମୁମ୍ବଇ ଓ ନ୍ୟୁୟର୍କ ମଧ୍ୟରେ ସିଧାସଳଖ ଉଡାଣା ବନ୍ଦ କରିବା ପାଇଁ ନିଷ୍ପତି ନେଇଛି । ଏହି ମାର୍ଗରେ ବିମାନ ଚଳାଚଳ ଯୋଗୁଁ ଅତ୍ଯଧିକ କ୍ଷତି ହେଉଥିବା ସୂଚନା ମିଳୁଛି । ପାକିସ୍ତାନ ତାହାର ଆକାଶସୀମା ଭାରତୀୟ ଉଡାଣ ପାଇଁ ବନ୍ଦ କରିବା ପରେ ଫେବ୍ରୁଆରୀ ମାସରେ ଏୟାର ଇଣ୍ଡିଆ ମୁମ୍ବଇ ଓ ନ୍ୟୁୟର୍କ ମଧ୍ୟରେ ସିଧାସଳଖ ଉଡାଣ ବନ୍ଦ କରିଥିଲା । ଜୁନରେ ପୁଣି ସିଧାସଳଖ ଉଡାଣ ଆରମ୍ଭ ହେବ ବୋଲି ନିଷ୍ପତି ନିଆଯାଇଥିଲା । ମାତ୍ର ଏହି ନିଷ୍ପତିରେ ପୁଣି ପରିବର୍ତ୍ତନ ହୋଇଛି ବୋଲି ହିନ୍ଦୁସ୍ତାନଟାଇମସ୍‌ରେ ଓ୍ବେବରେ ଖବର ପ୍ରକାଶ ହୋଇଛି।

ଏହି ମାର୍ଗରେ ଯାତ୍ରୀ ସଂଖ୍ୟ କମ ରହୁଛି ଉଡାଣ ଓ ପରିଚାଳନା ଖର୍ଚ୍ଚ ସେହି ତୁଳାନାରେ ବେଶ୍‌ ଅଧିକ ରହୁଛି । ଆମେରିକାକୁ ଚଳାଚଳ କରୁଥିବା ଅନ୍ୟ ବିମାନ ଉଡାଣରେ ଯାତ୍ରୀ ସଂଖ୍ୟା ୮୦ ପ୍ରତିଶତ ରହୁଛି । ଏୟାର ଇଣ୍ଡିଆ ବୋଇଂ ବି୭୭୭-ଇଆର୍‌ ବିମାନ ନ୍ଯୁୟର୍କ, ଓ୍ୱାଶିଂଟନ ଓ ଚିକାଗୋକୁ ଚଳା ଚଳ କରୁଛି । ମୁମ୍ବଇ ସହ ହାଇଦ୍ରାବାଦ ଭାୟା ଦିଲ୍ଲୀ ହୋଇ ଏୟାର ଇଣ୍ଡିଆର ବିମାନ ଚଳାଚଳ କରୁଛି ।

ଆମେରିକାକୁ ଭାରତରୁ ଚଳାଚଳ କରୁଥିବା ବିମାନ ଏବେ ୩ ଘଣ୍ଟା ଅଧିକ ସମୟ ନେଉଛନ୍ତି । ଦିଲ୍ଲୀରୁ ବାହାରୁଥିବା ବିମାନ ଏବେ ମୁମ୍ବଇ କିମ୍ବା ଅହମ୍ମଦାବାଦ ଦେଇ ଯାଉଛନ୍ତି । ଏୟାର ଇଣ୍ଡିଆ ନିକଟରେ ୧୬ଟି ବୋଇଂ ବି୭୭୭-ଇଆର୍‌ ବିମାନ ରହିଛି । ଗତ ଅକ୍ଟୋବର ମାସରେ ଏହାର ଯନ୍ତ୍ରାଶଂ ନ ମିଳିବାରୁ ୪ଟି ବିମାନର ଉଡାଣ ବାତିଲ କରାଯାଇଛି ।

Comments are closed.