ଏମ୍ସ ଏମ୍‍ବିବିଏସ୍‍ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ; ୧୦୦% ନମ୍ବର ରଖି ଏଲିଜା ବଂଶଲ ପ୍ରଥମ

0

ନୂଆଦିଲ୍ଲୀ : ଅଲ୍‍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‍ ଅଫ ମେଡିକାଲ ସାଇନ୍ସ (ଏମ୍ସ)ରେ ଡାକ୍ତରୀ ପାଠ୍ୟକ୍ରମ ଏମବିବିଏସ୍‍ରେ ନାମଲେଖା ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏହି ପ୍ରବେଶିକା ପରୀକ୍ଷାରେ ପଞ୍ଜାବ ସଙ୍ଗୁର ଜିଲାର ୧୭ବର୍ଷୀୟା ଏଲିଜା ବଂଶଲ ପ୍ରଥମ ହୋଇଛନ୍ତି। ଏଲିଜା ଶତ ପ୍ରତିଶତ ନମ୍ବର ରଖି କୃତିତ୍ୱ ହାସଲ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନାମଲେଖା କାଉନସେଲିଂ ପାଇଁ ୨,୬୪୯ ପିଲା ମନୋନୀତ ହୋଇଛନ୍ତି। ସାଧାରଣବର୍ଗ ପାଇଁ କଟ୍‍ ଅପ୍‍ ମାର୍କ ୯୮.୮୩ ରଖାଯାଇଛି। ଓବିସି ବର୍ଗ ପାଇଁ କଟ ଅପ୍‍ ମାର୍କ ୯୭.୦୧ ଓ ଏସସି/ଏସଟି ବର୍ଗ ପାଇଁ ୯୩.୬୫ ରହିଛି। ମେ ୨୬ ଓ ୨୭ ଦୁଇଦିନ ଧରି ଏହି ପ୍ରବେଶିକା ପରୀକ୍ଷା ହୋଇଥିଲା। ଦିଲ୍ଲୀ ସହିତ ପାଟନା, ଭୋପାଳ, ଯୋଧପୁର, ଭୁବନେଶ୍ୱର, ରିଷିକେଶ, ରାୟପୁର, ଗୁଣ୍ଟୁର ଓ ନାଗପୁରରେ ଥିବା ଏମ୍ସରେ ଡାକ୍ତରୀ ପାଠ ପଢିବା ପାଇଁ ଏହି ପ୍ରବେଶିକା ପରୀକ୍ଷା ହୋଇଥାଏ। ପରୀକ୍ଷାର୍ଥୀମାନେ ସେମାନଙ୍କ ଫଳ ଏମ୍ସ ୱେବସାଇଟରୁ ଜାଣିପାରିବେ।

Leave A Reply