ଭୁଲ୍‌ ଅସ୍ତ୍ରୋପଚାର: କ୍ଷମା ମାଗିଲା ଏମ୍ସ

0

ନୂଆଦିଲ୍ଲୀ, ଏକ ଭୁଲ୍‌ ଅସ୍ତ୍ରୋପଚାର ପାଇଁ ଏମ୍ସ କର୍ତ୍ତୃପକ୍ଷ ସମ୍ପୃକ୍ତ ରୋଗୀଙ୍କୁ ଲିଖିତ କ୍ଷମା ପ୍ରାର୍ଥନା କରିଛନ୍ତି । ଚିକିତ୍ସା ଅବହେଳା ଯୋଗୁଁ ଏଭଳି ହୋଇଥିବା ଏମ୍ସ କର୍ତ୍ତୃପକ୍ଷ ସ୍ୱୀକାର କରିବା ସହିତ ଖୁବ୍‌ ଶୀଘ୍ର ରୋଗୀ ସୁରକ୍ଷା ସେଲ୍‌ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗତ ଫେବୃଆରୀ ୭ ତାରିଖରେ ଏମ୍ସରେ ତଳିପେଟରେ ଯନ୍ତ୍ରଣା ଭୋଗୁଥିବା ଜନୈକ ମହିଳାଙ୍କ ଭୁଲ୍‌ବଶତଃ ଡାଏଲିସିସ୍‌ ପାଇଁ ଆବଶ୍ୟକ ଅସ୍ତ୍ରୋପଚାର କରାଯାଇଥିଲା । ଏ ସଂକ୍ରାନ୍ତରେ ଏମ୍ସ ମିଡିଆ ଆଣ୍ଡ ପ୍ରଟୋକଲ୍‌ ଡିଭିଜନ୍‌ ଅଧ୍ୟକ୍ଷ ଆରତି ବିଜ୍‌ କହିଛନ୍ତି ଯେ ଭୁଲ୍‌ ଅସ୍ତ୍ରୋପଚାର ବିଷୟରେ ଜଣାପଡ଼ିବା ପରେ ତତ୍‌କ୍ଷଣାତ୍‌ ଏହାର ପ୍ରତିକାର କରାଯାଇଥିଲା ଏବଂ ଏ ସଂକ୍ରାନ୍ତରେ ଅଧୀକ୍ଷକଙ୍କୁ ଜଣାଇ ଦିଆଯାଇଥିଲା । ଏହି ସେଲ୍‌ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ ଚିକିତ୍ସାରେ ଅବହେଳା ଓ ଅଭିଯୋଗ ସମ୍ପର୍କିତ ଅଭିଯୋଗର ବିଚାର କରିବ ।

Leave A Reply