ଏଆଇଏଡିଏମକେ ପକ୍ଷରୁ ତାମିଲନାଡ଼ୁର ୨୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

0

ଚେନ୍ନଇ: ତାମିଲନାଡ଼ୁରେ ଶାସକ ଏଆଇଏଡିଏମକେ ୨୦ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏଥିପାଇଁ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେହିଭଳି ରାଜ୍ୟର ୧୮ଟି ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ମଧ୍ୟ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଆସନ୍ତା ମାସ ୧୮ ତାରିଖରେ ଲୋକସଭା ନିର୍ବାଚନ ସହ ଖାଲି ପଡ଼ିଥିବା ବିଧାନସଭା ଆସନଗୁଡ଼ିକପାଇଁ ଭୋଟ୍‍ ନିଆଯିବ। ଅପରପକ୍ଷରେ ବିରୋଧୀ ଡିଏମକେ ମଧ୍ୟ ୨୦ଟି ସଂସଦୀୟ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ ଏଥିପାଇଁ ଦଳ ତାହାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେପି ଓ ପିଏମକେ ମଧ୍ୟ ୫ଟି ଲେଖାଏଁ ଆସନପାଇଁ ସେମାନଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏମାନେ ଏଆଇଏଡିଏମକେ ସହ ଏନଡିଏ ମେଣ୍ଟରେ ସାମିଲ ହୋଇଛନ୍ତି।

Leave A Reply